ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର ସଦସ୍ୟ ଓ ସଦସ୍ୟାଙ୍କ ଯୋଜନା ଓ ସମନ୍ୱୟ ବୈଠକ…

add-all

ଫୁଲବାଣୀ : ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଶାନ୍ତି ମୈତ୍ରୀ, ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସାଧାରଣ ବୈଠକ କୁ ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର ଦାସ ପୌରହିତ କରିଥିବା ବେଳେ ଅନ୍ୟ ସଦସ୍ୟ ଅନୁଷ୍ଠାନ ମାନଙ୍କର ମୂଖ୍ୟ ଅଧିକାରୀ ଯଥା ନୀପିଡିତ,ଜାଗୃତି; ବନବାସୀ ସେବା ସମିତୀ; ଶାନ୍ତି ମୈତ୍ରୀ, ସ୍ଵାତୀ ; ସମନ୍ଵୟ, ଏ.ସି,ଏମ, ହାଇ ହୋପ ସୋସାଇଟି; ଫାରେଲ; ଆଜିକା; ଲଭ ଇଣ୍ଡିଆ; ପ୍ରଦାତା; ନିୟୁ ଭିଜନ ଇଣ୍ଡିଆ, ସେବା, ଆମ ଗାଁ, ସାଲୁଙ୍କି, କଳିଙ୍ଗ ସେବା ସଦନ, ସାହାରା, ସେବା ଜାଗତ ଓ କେ.ଜି.ଏସ.ଭି.ଏସ ଉପସ୍ଥିତ ରହି ପି.ଏ.ଜି ର ବିଭିନ୍ନ କାର୍ଯ୍ୟପ୍ରଣାଳି ବିଷୟରେ ଆଲୋଚନା କରିଥିଲେ । ସଭାର ପ୍ରାରମ୍ଭରେ ଶାନ୍ତି ମୈତ୍ରୀର ଅଧକ୍ଷ ଭଗବାନ ଜେନା ସମସ୍ତ ସଦସ୍ୟଙ୍କୁ ସ୍ବାଗତ କରିଥିଲେ ।ଏହି ସଭା ରେ ଜିଲ୍ଲା ପ୍ରଶାସନ କିପରି ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ସଂଯୋଜନା କରି ଜିଲ୍ଲାରେ ଗତ ୨୦୧୬ ମସିହାରୁ ବନ୍ଦ ହୋଇଥିବା ଜିଲ୍ଲା ପ୍ରଶାସନ ଓ ସ୍ଵେଚ୍ଛାସେବୀ ସମନ୍ଵୟ ବୈଠକକୁ ପୁର୍ନରବାର କରି ବିକାଶ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ବିଷୟ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସାମାଜିକ ଅନୁଷ୍ଠାନ ର ବିକାସ କାର୍ଯ୍ୟକ୍ରମକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଅବଗତ କରିବା ସହିତ ଲୋକ ମାନଙ୍କ ସମସ୍ୟାକୁ ଗୁରୁତ୍ବ ସହିତ ପ୍ରତିପାଦନ କରିବା ପାଇଁ ସମସ୍ତେ ପ୍ରୟାସ ରଖିବେ ବୋଲି ମତ ରଖିଥିଲେ । ସଭ୍ୟ ଅନୁଷ୍ଠାନ ପଂଚାୟତ, ବ୍ଲକ ଓ ଜିଲ୍ଲାରେ ପ୍ରଶାସନର କାର୍ଯ୍ୟକ୍ରମକୁ ସଫଳ ରୁପାୟନ ପାଇଁ ବିଭିନ୍ନ ସଭା ସମିତିରେ ଆଲୋଚନା ଜାରି ରଖିବା ପାଇଁ ପି.ଏ.ଜି ର ଆବାହକ ଇଂ ହରିଶଙ୍କର ରାଉତ କହିଥିଲେ । ଲିଙ୍ଗରାଜ ପ୍ରଧାନ, ସସ୍ଟି ପ୍ରସାଦ ମିଶ୍ର, କିଶୋର ବଳିଆର ସିଂ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ ନାୟକ, ଡା ଦିପକ ରଞ୍ଜନ ସ୍ଵାଇଁ, ଅଶୋକ ପ୍ରଧାନ, ଅମିତ କୁମାର ନାୟକ, ସୁକାନ୍ତ ନାୟକ, ବିମଳ କିଶୋର ପରିଛା, ରବିନ୍ଦ୍ର କୁମାର ପଣ୍ଡା ଅନୁଷ୍ଠାନ ର ବିଭିନ୍ନ କର୍ଯ୍ୟଖସଡା ଦିଗରେ ମତ ରଖିଥିଲେ । କୈଳାସ ଚନ୍ଦ୍ର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ । ଦିର୍ଘ ୩୬ ବର୍ଷ ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର କାର୍ଯ୍ୟଶୈଳିକୁ ଓଡିଶାର ଅନ୍ୟ ଜିଲ୍ଲା ମାନେ ଆଦର୍ଶ ଭାବେ ଗ୍ରହଣ କରିବା ଆମ ସମସ୍ତ ଙ୍କ ପାଇଁ ଗର୍ବ ଓ ଗୌରବ । ଏହି ଗାରିମା ଆମେ ସମସ୍ତ ସଭ୍ୟ ଅନୁଷ୍ଠାନ ଅଖୁଣ୍ଡ ରଖିବା ପାଇଁ ସଂକଳ୍ପ ନେଇଥିଲେ । ସଭାର ଆଭିମୁଖ୍ୟ ସଫଳତା ସହିତ ସଂଚାଳନ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ।

ad-week
Leave A Reply

Your email address will not be published.