ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଫୁଲବାଣୀ ସ୍ଥିତ ଆଦର୍ଶ ଟାଉନ୍ ଥାନାର ନୂତନ ଆଇଆଇସି ଭାବରେ କନକ କୁମାର ମାଝି ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ନୂତନ ଆଇଆଇସି, ଶ୍ରୀ ମାଝିଙ୍କୁ ଉପଢୌକନ ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା। ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଥାନା ମାନଙ୍କରେ ନୂତନ ଆଇ, ଆଇ, ସି, ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳୁଛି। ଏଣୁ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ପକ୍ଷରୁ ସମସ୍ତ ଥାନା ମାନଙ୍କରେ ନବ ନିଯୁକ୍ତ ଆଇ ଆଇ ସି ମାନଙ୍କ ସହିତ ଆଲୋଚନା ପ୍ରକାର କିପରି ହୋମଗାର୍ଡ ସଂଘ କର୍ମକର୍ତ୍ତା ନିଜ ନିଜର ଡିୟୁଟି ସୁଚାରୁରୂପେ ସମ୍ପାଦନା କରି।ପରବର୍ତ୍ତୀ ସମୟରେ ସମାଜର ମଙ୍ଗଳ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ବଛ ଭାରତ କାର୍ଯ୍ୟକ୍ରମ ରକ୍ତଦାନ ଶିବିର ଅସହାୟ ପରିବାର ସହାୟତା ଏପରି ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖା ତରଫରୁ କରାଯାଇ ପାରିବ ସେ ବିଷୟରେ ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଆଜିର କାର୍ଯ୍ୟକ୍ରମରେ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ,ସଂଘ ଆବାହକ ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, ହୋମଗାର୍ଡ ସଂଘ କୋଷାଧ୍ୟକ୍ଷ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସମ୍ପାଦକ, ଶେଖ୍ ରିହାଜୁଦିନ୍ ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି, ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଉପ ସଭାପତି ଅଖୟ କୁମାର ରାୟ, ଟାଉନ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା,ଉପ ସଭାପତି ସାଫରିନ ଖାନ୍, ପ୍ଳାଟୁନ କମାଣ୍ଡର ସୁନିତା ପାତ୍ର, ପୁଷ୍ପଲତା ବେହେରା, ଭାଗ୍ୟବତୀ ନାୟକ, କୁମୁଦିନୀ ଶତପଥୀ , ଉପସ୍ଥିତ ଥିଲେ ଉପରିସ୍ଥି କାର୍ଯ୍ୟକ୍ରମଟିକୁ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା l
