ରୋଟାରୀ କ୍ଲବ ପକ୍ଷରୁ ମା ଓ ଶିଶୁ ସୁରକ୍ଷା ସଚେତନତା…

add-all

ଫୁଲବାଣୀ : ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଲୁହୁରୁବାଲିସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ଶନିବାର ଆଜି ମା ଓ ଶିଶୁ ର ଯତ୍ନ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ରୋଟାରୀ କ୍ଲବ ସଭାନେତ୍ରୀ ବୀରାଜିନି ମହାପାତ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ସମ୍ପାଦିକା ସୁନୀତି ଆଚାରୀ ସ୍ୱାଗତ୍ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି ସୁପରଭାଇଜର, ସଦସ୍ୟ ତଥା ଆଇନଜିବି ବିଜୟ ପଟନାୟକ, ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମା ଓ ଶିଶୁ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ଏଣୁ ସର୍ବଦା ପୋଷଣ ଯୁକ୍ତ ଖାଦ୍ୟ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥିଲେ l
ରୋଟାରୀ ସଦସ୍ୟ ପ୍ରସନ୍ନ କୁମାର ପଣ୍ଡା ଧନ୍ଯ ବାଦ୍ ଦେଇଥିଲେ l ଗ୍ରାମରେ ଥିବା ଦୁଇଜଣ ରେଡ୍ ଜୋନ୍ ରେ ଥିବା ସନ୍ତୋଷିନି ଦେହୁରୀ ଓ ସୁନେଲୀକା ମାଝୀ ଙ୍କ ପରିବାର ର ମା ଓ ଶିଶୁ ଙ୍କୁ ରୋଟାରୀ କ୍ଲବ ପକ୍ଷରୁ ପନ୍ଦର ଦିନ ପାଇଁ ଡାଲି, ଅଣ୍ଡା, ସୋୟା, ପନିପରିବା ଆଦି ପ୍ରଦାନ କରାଯାଇଥିଲା l
ଅନ୍ୟ ମାନଙ୍କ୍ ମଧ୍ୟରେ ଅଙ୍ଗନବାଡି କର୍ମୀ ଅନିତା କହ୍ନର, ଆଶା କର୍ମୀ ମାଳତୀ କହ୍ନର, ସେବତୀ ମାଲିକ୍, ନିବେଦିତା କହ୍ନର, ଶଶିକଳା ପ୍ରଧାନ, କାଜଲ ଦିଗାଲ, ଉର୍ବଶୀ ପ୍ରଧାନ ଙ୍କ ସମେତ ରୋଟାରିଆନ ପଦ୍ମ ଚରଣ ମହାନ୍ତି, ଦେବେନ୍ଦ୍ର ପାତ୍ର, ମିଟୁ ମହାପାତ୍ର, ମୁକ୍ତି କାନ୍ତ ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.