ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ : ୩୦ ୟୁନିଟ୍ ରକ୍ତ ସଂଗୃହିତ…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ଯୋଜନା ଅଧିକାରୀ ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବର, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା, ଅଧ୍ୟାପକ ହିମାଂଶୁଚରଣ ସାହୁ, ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ ରକ୍ତ ଭଣ୍ଡାର କର୍ମଚାରୀ ମାନେ ଉପସ୍ଥିତ ରହି ସହାୟତା କରିଥିଲେ। ଏଥିରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ମହାବିଦ୍ୟାଳୟ ସଫେଇ କର୍ମଚାରୀ କୁନି ନାୟକ, ଅଧ୍ୟାପକ ଯୁଗଳ କିଶୋର ପ୍ରଧାନ, ଯୋଜନା ଅଧିକାରୀ ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବରଙ୍କ ସମେତ ଛାତ୍ରଛାତ୍ରୀ ମାନେ ମଧ୍ୟ ରକ୍ତଦାନ କରିଥିଲେ। ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.