ଗଞ୍ଜାମ ଜିଲ୍ଲାରେ ଗରିବ ଲୋକଙ୍କ ଚାଉଳ ସହ ଚାଲିଛି ବେପାର.. !

କଂସାରି ଘରର ପାରା ପାଲଟିଛି ପ୍ରଶାସନ …..

add-all

ମାଛ ତେଲରେ ମାଛ ଭାଜୁଛି ମିଲର…


ବ୍ରହ୍ମପୁର: ୨୪-୯ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ଅଧିକାରୀ ଙ୍କ ଆଶୀର୍ବାଦ ରେ ଚାଲିଛି ଗରିବ ଲୋକମାନଙ୍କ ଚାଉଳ ସହ ବେପାର। ସରକାରୀ ଗୋଦାମ ରୁ ଗୁପ୍ତ ଗୋଦାମ ରୁ ଡିଲେର ପାଖକୁ ପୁଣି ମିଲେର ମାନଙ୍କ ପାଖକୁ ଯାଇ ରିପ୍ୟାକ ହୋଇ ସରକାରୀ ଗୋଦାମ କୁ ଯାଉଛି ଗରିବ ଲୋକମାନଙ୍କ ଚାଉଳ ବୋଲି ଚର୍ଚ୍ଚା ହେଉଛି।ଏଲଟୁ ଠିକାଦାର- ମିଲେର – ଅଧିକାରୀ- ଓ ଡ଼ିଲେର ଙ୍କ ଚାଉଳ ଖେଳରେ ବଳି ପଡୁଛନ୍ତି ଗରିବ ଲୋକେ।”ସାରକାର କା ମାଲ ଦାରିଆ ମେ ଡାଲ” ନୀତିରେ ଚାଲୁଛି ଏହି ଗରିବ ଲୋକଙ୍କ ଚାଉଳ ବେପାର। ସରକାର ଙ୍କ ସମସ୍ତ ନୀତିନିୟମ କୁ ଉଲଂଘନ କରି ଅଧିକାଂଶ ଏଲଟୁ ଠିକାଦାର ମାନେ ସରକାରୀ ଗୋଦାମର ଚାଉଳକୁ ନିଜ ଗୁପ୍ତ ଗୋଦାମ ରେ ରଖି ଓଜନ ରେ ଠକେଇ କରି ନେଇ ଡିଲେର ପାଖରେ ଦେଉଥିବା ଅଭିଯୋଗ ହେଉଛି। ଏହି ସରକାରୀ ଚାଉଳକୁ ନେଇ ଗଞ୍ଜାମ ଜିଲ୍ଲାରେ ବଡ଼ ଖେଳ ଚାଲିଛି। ରାଜନେତା, ଏଲଟୁ ଠିକାଦାର, ଅଧିକାରୀ,ମିଲେର,ଡ଼ିଲେର ଓ ସରକାରୀ ଗୋଦାମ ର ବାବୁ ମାନେ ହାତକୁ ହାତ ମିଶାଇ ଏହି ଘୋଟାଲା ରେ ସମୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ଦାଦନ ଖଟିବାକୁ ଯାଇଥିବା ଶ୍ରମିକ, ଅଧିକ ଖାଉଟି ଥିବା ଦର୍ଶାଇ ଚାଉଳ ହଡ଼ପ କରୁଥିବା ଡ଼ିଲେର ମାନେ ହିତାଧିକାରୀ ମାନଙ୍କୁ କିଛି ଟଙ୍କା ଦେଇ ଚାଉଳ ଦେଲା ଭଳି ଖାତାରେ ଲେଖନ୍ତି। ସେହି ଚାଉଳକୁ ଡ଼ିଲେର ମାନେ ଏଲଟୁ ଠିକାଦାର ମାନଙ୍କୁ ସେମାନଙ୍କ କମିଶ ରଖି ଦେଇ ଦିଅନ୍ତି।ଏଲଟୁ ଠିକାଦାର ସେହି ଚାଉଳକୁ ପୁଣି ମିଲେର ମାନଙ୍କୁ କମିଶନ ରଖି ବିକ୍ରି କରିଦିଅନ୍ତି, ବୋଲି ଚର୍ଚ୍ଚା ହେଉଛି।ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉ ଥିବା ଭଲ ଚାଉଳକୁ ବାଟ ମାରଣା କରି ନିମ୍ନ ମାନର ଚାଉଳ ରିପ୍ୟାକ କରି ସେହି ଚାଉଳକୁ ପୁଣି ଜାକମକ ଜରିରେ ପ୍ୟାକ କରି ଚଢ଼ା ଦରରେ ବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିରେ ଅଧିକାରୀ, ଠିକାଦାର,ମିଲେର,ଡ଼ିଲେର ଓ ରାଜନେତା ମାନେ ସମ୍ପୃକ୍ତ ଥିବା ଯୋଗୁଁ ଏହି ଘୋଟାଲା ସମ୍ପର୍କରେ କୌଣସି ତଦନ୍ତ କିମ୍ବା ଚଢ଼ାଉ ହେଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅଚାନକ ଗୋଦାମ, ମିଲେର, ଠିକାଦାର ଙ୍କ ଗୁପ୍ତ ଗୋଦାମ ଉପରେ ଚଢ଼ାଉ କରିଲେ ଅସଲ ମୁଖା ଖୋଲିବ ଏହି କୁବେର ମାନଙ୍କ ଓ ନକଲି ହିତାଧିକାରୀ ଙ୍କୁ ଚିହ୍ନଟ କରିହେବ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣା କୁ ସରକାର ଗୁରତର ସହ ବିଚାର କଲେ ସରକାରଙ୍କ ମହତ୍ତ୍ୱ ଉଦ୍ଧେଶ୍ୟ ପୂରଣ ହେବା ସହ ଗରିବ ଲୋକମାନେ ଉପକୃତ ହେବେ। ନଚେତ ଆଗାମୀ ନିର୍ବାଚନ ରେ ଏହି ସରକାରୀ ବାବୁ ମାନଙ୍କ ପାଇଁ ସରକାର କୁ ବହୁ ମୂଲ୍ୟ ଦେବାକୁ ପଡିପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.