ନିଖିଳ ଉତ୍କଳ ଖଡୁରା ସମାଜ ପକ୍ଷରୁ ଡେଙ୍ଗୁ ସଚେତନତା…

add-all


ହିଞ୍ଜିଳିକାଟୁ ୨୪!୯ ଡେଙ୍ଗୁ ରୋଗର ଦମନ ଓ ଏହାର ନିରାକରଣ ବିଷୟରେ ଗୋଷ୍ଠୀ ସମୁଦାୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଖୁଳ ଉତ୍କଳ ଖଡୁରା ସମାଜ ହିଞ୍ଜିଳିକାଟୁ ପକ୍ଷରୁ ରବିବାର ହିଞ୍ଜିଳିକାଟୁ ମୁନିସିପାଲିଟି ୧୯,୧୬,୧୨,୧୦ ନଂ ୱାର୍ଡ ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାର୍ବଜନୀନ ଘୋଷଣା ଏବଂ ଡେଙ୍ଗୁକୁ ନେଇ କ’ଣ କରିବେ ଓ କ’ଣ କରିବେ ନାହିଁ- ସେ ସମ୍ପର୍କିତ ଗୁରୁତ୍ଵପୂର୍ଣ୍ଣ ସୂଚନା ଥିବା ପ୍ରଚାରପତ୍ର ବଣ୍ଟନ ଜରିଆରେ ସଚେତନ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀ ନରସିଂହ ବେହେରା ଓ ଆଶା କର୍ମୀଙ୍କ ସହଯୋଗରେ ନିଖିଳ ଉତ୍କଳ ଖଡୁରା ସମାଜ ସଦସ୍ୟ ସହଦେବ ନାୟକଙ୍କ ନେତୃତ୍ବରେ ସମାଜ ର ସଦସ୍ୟମାନେ ଏକତ୍ରିତ ହୋଇ ରବିବାର ପୂର୍ବାହ୍ନ ରେ ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳା ଠାରୁ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଡେଙ୍ଗୁ ରୋଗ ବ୍ୟାପିବାକୁ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ସ୍ବଚ୍ଛତା ବଜାୟ ରଖିବା ପାଇଁ ହିଞ୍ଜିଳିକାଟୁ ସହର ବାସୀଙ୍କୁ ପରାମର୍ଶ ଦିଆଯାଉଛି । ଭେକ୍ଟର ବାହିତ ରୋଗର କୌଣସି ଲକ୍ଷଣ ଥିଲେ କିମ୍ବା ଜ୍ବର ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଉଛି । ସାମାଜିକ ଦାୟିତ୍ୱବୋଧର ଅଂଶ ଭାବେ ନିଖିଳ ଉତ୍କଳ ଖଡୁରା ସମାଜ ହିଞ୍ଜିଳିକାଟୁ ର ସଭାପତି ଯୋଗେନ୍ଦ୍ର ସାହୁ, ସମ୍ପାଦକ ଶିବରାମ ନାୟକ, ଉପସଭାପତି ସୀମାଞ୍ଚଳ ମହାପାତ୍ର, କୋଷାଧ୍ୟକ୍ଷ ଭୀମସେନସାହୁ, ଉପଦେଷ୍ଟା କୃଷ୍ଣ ନାୟକ, ସୁରେନ୍ଦ୍ର ନାୟକ,ଙ୍କ ସହ ଖଡୁରା ସମାଜ ର ସମସ୍ତ ସଦସ୍ୟଙ୍କ ସହ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ମାଣିକନଗର ଛକ ମେଇନରୋଡ ମନାଲି ନାୟକ ଗତ ୧୨ତାରିଖରେ ଡେଙ୍ଗୁ ଜ୍ୱର ହୋଇ ମୃତ୍ୟୁ ବରଣ କରିଥିଲେ।

ad-week
Leave A Reply

Your email address will not be published.