ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ : ଯୁବକ କୋର୍ଟ ଚାଲାଣ…

add-all


ରାଜନଗର(୨୪/୦୯) କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ବିଗିଡିଵାକୁ ଲାଗିଲାଣି। କେଉଁଠି ଝିଅ ବୋହୂ ଅସୁରକ୍ଷିତ ହେଲେଣି ତ କେଉଁଠି ଚୋରି ଡକାୟତି ରାହାଜାନୀ ଲାଗିରହିଲାଣି। ଆଇଆଇସି ଶ୍ରୀ ଅଜୟ କୁମାର ଜେନା ଯୋଗ ଦେଵା ପର ଠାରୁ ମଦୁଆ ତଥା ଚୋରା ମଦ ବେପାରୀଙ୍କ ପ୍ରତି ପ୍ରଥମେ ପ୍ରଥମେ ପଦକ୍ଷେପ ନେଇ କୋକୁଆ ଭୟ ସୃଷ୍ଟି କରି ଚୋରା ମଦ ବେପାର କିଛି ପରିମାଣରେ ହ୍ରାସ ଘଟିଯାଇଛି। ହେଲେ ଏହି ପ୍ରଭାବରୁ ଚୋରି ଵୃଦ୍ଧି ପାଉଥିବା ବେଳେ ବିଳମ୍ବ ହେଲେ ମଧ୍ୟ ରାଜନଗର ପୋଲିସ୍ ଚୋର ଧରିବାରେ ସକ୍ଷମ ହୋଇ ତାର ପାରିବା ପଣିଆକୁ ପ୍ରକାଶ କରି ପାରିଛି । ଏହି ଅଶୋଭନୀୟ ପରିଵେଶକୁ ନେଇ ଗତକାଲି ରାତି ପ୍ରାୟ 8.30ସମୟରେ ସାନଵଡ ଗୋପାଳପୁର ଅଞ୍ଚଳର ଜଣେ ନାବାଳିକା ରାଜନଗର ବଜାରରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁ ଥିଲା। ପୂର୍ଵ ପ୍ରସ୍ତୁତି ଅନୁଯାଇ ନାବାଳିକାକୁ ପିଛାକରୁଥିବା ରାଜନଗର ଡିଆପାରିର 21ବର୍ଷର ଯୁଵକ ବାପୁଜୀ ସେଠୀ ଠିପି ଖୋଲା ମଦ ଦୋକାନ ପୂର୍ବରୁ ନିଛାଟିଆ ରାସ୍ତାରେ ନାବାଳିକାକୁ ଯୋର ଜବରଦସ୍ତ ସାଇକେଲରୁ ବୁଦାମୂଳକୁ ଟେକି ନେଇଥିଲା। ସେଠାରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଚେଷ୍ଟା କରିବାରୁ ନାବାଳିକାର ଚିତ୍କାର ଶୁଣି ବାଟୋଇ ଏଵଂ ନିକଟସ୍ଥ ଦୋକାନୀ ଘଟଣା ସ୍ଥଳରେ ପହଁଞ୍ଚିଥିଲେ। କାମୁକ ଯୁବକ ଠାରୁ ନାବାଳିକାକୁ ଉଦ୍ଧାର କରିବା ସହ ଯୁବକକୁ ଉତ୍ତମ ମଧ୍ୟମ ଦେଇ ରାଜନଗର ପୋଲିସ୍ ଜିମା ଦେଇଥିଲେ। ଆଇଆଇସି ଶ୍ରୀ ଅଜୟ କୁମାର ଜେନା ଘଟଣାକୁ ଗୂରୁତର ସହ ତଦନ୍ତ କରି ନାବାଳିକାକୁ ଡାକ୍ତରମାଇନା କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ଶ୍ରୀ ଜେନା ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଯଦି ପେଟ୍ରୋଲିଂ ପ୍ରତି ଗୁରୁତ୍ୱ ଦେଲେ ଅସାମାଜିକ କାର୍ଯ୍ୟ ହ୍ରାସ ଘଟିଵା ସହ ଚୋରା ମଦବେପାରୀଙ୍କୁ ସଂଖ୍ୟା ହ୍ରାସ ଘଟିବ ବୋଲି ଵୁଦ୍ଧିଜୀଵୀ ମହଲରେ

ad-week
Leave A Reply

Your email address will not be published.