ଉଲିପଦରରେ ମହିଳା ସଙ୍ଘର ଦେଶି ମଦ ବିରୋଧୀ ଆନ୍ଦୋଳନ ତେଜିଲା

add-all

ଦାରିଙ୍ଗବାଡି, ୨୫/୦୯ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ଉଲିପଦର ଗ୍ରାମର ମହିଳା ସଙ୍ଘ ତରଫରୁ ଦେଶୀ ମହୁଲି ମଦ ରନ୍ଧା ଓ ବିକ୍ରିକୁ ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ଉଲିପଦର ଅଙ୍ଗନୱାଡି କେନ୍ଦ୍ର ପରିସରରେ ଝିଞ୍ଜିରିଗୁଡା, ମୁଣ୍ଡମା, ଚନ୍ଦନପୁର ଓ ଗବେରକୁଟି ଗ୍ରାମର ମହିଳା ଦଳର ଶତାଧିକ ମହିଳା ଏକତ୍ରିତ ହୋଇ ବୈଠକ କରିଥିଲେ। ଏହି ବୈଠକରେ ବିଭିନ୍ନ ଗ୍ରାମରୁ ଆସିଥିବା ଗାଁ ମୁଖିଆ, ସ୍ବେଛାସେବୀ ମାନେ ସାମିଲ ହୋଇଥିଲେ। ମହିଳା ସଭା ନେତ୍ରୀ, ଗ୍ରାମ୍ୟ ମୁଖିଆ ଓ ସ୍ବେଛା ସେବୀ ମାନେ ଗାଁରେ ମଦରନ୍ଧା,ମଦ ବିକ୍ରି ଓ ମଦ୍ୟପାନ ଦ୍ୱରା ହେଉଥିବା କ୍ଷୟକ୍ଷତି ସମ୍ପର୍କରେ ନିଜ ନିଜ ବକ୍ତବ୍ୟରେ ରଖିଥିଲେ। ବୈଠକ ପରିଚାଳନା ମହିଳା ଦଳର ସୁବର୍ଣି ନାୟକ କରିଥିଲେ। ବୈଠକ ଶେଷରେ ଉପସ୍ଥିତ ଥିବା ସମସ୍ତ ମହିଳା ଦଳର ସଦସ୍ୟ ,ସ୍ବେଛାସେବୀ ଓ ଗ୍ରାମ ମୁଖିଆ ଏକତ୍ରିତ ହୋଇ ଉଲିପଦର ଗ୍ରାମର ଦେଶୀ ମହୁଲି ମଦ ରନ୍ଧାଳି ଓ ବିକ୍ରୀ କରୁଥିବା ପାଞ୍ଚ ଛଅ ପରିବାରକୁ ମଦ କାରବାର ବନ୍ଦ କରିବାକୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମର ଆୟୋଜନ ଉଲିପଦର ଗ୍ରାମର ତାରିଣୀ ସ୍ୱୟଂ ସହାୟକ ସଙ୍ଘ, ମଦେର ମେରୀ ମହିଳା ସଙ୍ଘ, ଅମ୍ବିକା ଆତ୍ମ ସହାୟିକା ମହିଳା ସଙ୍ଘ ସହିତ ଗ୍ରାମର ବିଭିନ୍ନ ମହିଳା ସଂଘର ସହଯୋଗରେ କରାଯାଇ ଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.