କଂଗ୍ରେସ ଦଳର “ଘର ଘର ହାତ-ଘର ଘର କଂଗ୍ରେସ” କାର୍ଯ୍ୟକ୍ରମ…

add-all

ଦାରିଙ୍ଗବାଡି, ୨୫/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ତଥା ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ରୁଦା ମଳିକ କଂଗ୍ରେସ ଦଳର ଘର ଘର ହାତ-ଘର ଘର କଂଗ୍ରେସ କାର୍ଯ୍ୟକ୍ରମ କୁ ଆଗେଇ ନେବା ଉଦେଶ୍ୟରେ ଗଦାପୁର ଓ ସରାମୁଳି ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ପହଞ୍ଚି ମହିଳା ଓ ଗ୍ରାମ ବାସୀଙ୍କୁ ସାକ୍ଷାତ କରିବା ସହିତ ଗାଁ ଗାଁ ରେ ବୈଠକ କରି କଂଗ୍ରେସ ଦଳର ଆଭିମୁଖ୍ୟ ସମର୍କରେ ସଚେତନ କରୁଥିବା ଖବର ହସ୍ତଗତ ହୋଇଛି। ମହିଳା ନେତ୍ରୀ ଗାଁ ଗାଁ ରେ ପହଞ୍ଚି ପାନୀୟ ଜଳ ସମସ୍ୟା ସହିତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇବା ନେଇଁ ଗୁରୁତ୍ୱ ଦେଉଥିବା ଖବର ହସ୍ତ ଗତ ହୋଇଛି। ଏହି ଖବର ପ୍ରଚାରରୁ ଗାଁ ଗାଁ ରେ ମହିଳା ସଭାନେତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.