ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଯାତ୍ରା କମିଟି ସଂଘର ବୈଠକ ବାରଗାଁ ସ୍ଥିତ ମା’ ମାଟିଆ ମଙ୍ଗଳା ଙ୍କ ପୀଠରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯାତ୍ରା କମିଟି ସଂଘର ସଭାପତି ମିହିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜନଗର ବ୍ଲକ ସଂଘ ପାଇଁ କର୍ମକର୍ତା ମନୋନୟନ କରାଯାଇଥିଲା । ସଭାପତି ରୂପେ ଚନ୍ଦ୍ରଚନ୍ଦନ ମିଶ୍ର, ଉପସଭାପତି ଦୁଃଶାସନ ଦାସ, ସମ୍ପାଦକ ଶରତକୁମାର ଦାସ, ସହସଂପାଦକ ସୁନାମଣୀ ଜେନା, ଓ କୋଷାଧ୍ୟକ୍ଷ ଭାବେ ସନାତନ ସ୍ଵାଇଁଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଯାତ୍ରାରେ ନଗ୍ନତା ଓ ଅଶ୍ଳୀଳତା ପରିବେଷଣକୁ ବିରୋଧ କରାଯିବା ସହ ଯାତ୍ରା ପରିବେଷଣ ପୂର୍ବରୁ ଓ ପରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲା କମିଟିର ସମ୍ପାଦକ ବୈକୁଣ୍ଠନାଥ ପରିଡ଼ା, ସହସମ୍ପାଦକ ନିହାର ରଞ୍ଜନ ରାଉତ, ଉପସଭାପତି ମହେଶ୍ଵର ସେଠୀ, କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ, ସଂଯୋଜକ ସମୀରକାନ୍ତ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକର ବିଭିନ୍ନ ଯାତ୍ରା କମିଟିରୁ ଆସି ଥିବା ସଭ୍ୟ ବସନ୍ତକୁମାର ହାତି, କମଳାକାନ୍ତ ରାଉତ, ଶ୍ରୀଧର ପ୍ରସାଦ ରାଉତ, ଅଜୟ କୁମାର ପାତ୍ର, ରତ୍ନାକର ବିଶ୍ୱାଳ, ଗଦାଧର ରାଉତ, ବାସୁଦେବ ରାଉତ,ରାଜକିଶୋର ପାଣି, ସମୀରକାନ୍ତ ବାରିକ, ମଳୟ ବିଶ୍ବାଳ, ଗଙ୍ଗାଧର ଦାସ, ଲକ୍ଷ୍ମୀଧର ସ୍ଵାଇଁ, ବିଦ୍ୟାଧର ଦାସ, ଶୈଳେନ୍ଦ୍ର ରାଉତ, ଅଧିକାରୀ ସାମଲ, ସବେଶ୍ବର ସ୍ଵାଇଁ, ଅନିରୁଦ୍ଧ ପରିଡା, ଘନଶ୍ୟାମ ପରିଡ଼ା, ବିକାଶ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |
