କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ଲୁହା ବାଡ଼ ଭାଙ୍ଗି ରେଲୱେ ଟ୍ରାକ ଉପରେ ଚଢ଼ିଗଲା…

add-all

trac

ବାଲେଶ୍ବର: ଟେଷ୍ଟ ଡ୍ରାଇଭ୍ କାରକୁ ବଞ୍ଚାଇବାକୁ ଯାଇ ରେଳ ଲାଇନ୍ ଉପରେ ଚଢିଗଲା କଣ୍ଟେନର। ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ବାମପଦା ନିକଟରେ ଦୁର୍ଘଟଣା। ଲୁହା ବାଡ଼ ଭାଙ୍ଗି ଟ୍ରାକ ଉପରେ କଣ୍ଟେନରଟି ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟିଥିବା ସ୍ଥାନ ନିକଟରେ ରହିଛି ରହିଛି ରେଳ ଫାଟକ। ତେବେ ଏହି ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ ।

ଟ୍ରକଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରାକ ଉପରୁ କଣ୍ଟେନରକୁ ଉଦ୍ଧାର କରାଯାଉଛି। ଜାତୀୟ ରାଜପଥ ଉପର ଦେଇ ରେଳ ଲାଇନ୍ ଯାଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ରେଳବାଇର ଏକ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ad-week
Leave A Reply

Your email address will not be published.