ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସ୍‌ପେଣ୍ଡ…

add-all

IMAGE_1695907226

ଭୁବନେଶ୍ବର : ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ମୋହନ ମାଝୀ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି।
ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ। ତା’ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମକୁ ଫିଙ୍ଗିଥିଲେ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍‌ଅର୍ଡର କହିଲେ। ଏହାକୁ ବିବରଣୀରୁ ବାଦ୍‌ ଦେବାକୁ କହିଲୁ, କିନ୍ତୁ ବାଚସ୍ପତି ଗ୍ରହଣ କଲେନି। ବାଚସ୍ପତି ନିରପେକ୍ଷ ନୁହନ୍ତି। ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ। ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି। ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କ’ଣ ସସ୍‌ପେଣ୍ଡ କରୁଛନ୍ତି। ଏ ସସ୍‌ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ। ଆମ ପ୍ରତିବାଦ ଜାରି ରହିବ।

ad-week
Leave A Reply

Your email address will not be published.