ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦୀ ନେମାଳ ବଟକୁ ସର୍ବସାଧାରଣ ପୀଠ ଭାବରେ ରାୟ ପ୍ରଦାନ କଲେ କୋର୍ଟ

add-all

download (2)

କଟକ: ଦୀର୍ଘ ୧୧ ବର୍ଷ ଧରି କୋର୍ଟରେ ଚାଲିଥିବା ମକଦମା ନେଇ ଗୁରୁବାର ଐତିହାସିକ ରାୟ ଆସିଛି। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦୀ ନେମାଳ ବଟକୁ ସର୍ବସାଧାରଣ ପୀଠ ଭାବରେ କୋର୍ଟ ରାୟ ପ୍ରଦାନ କରିଛନ୍ତି। ମହନ୍ତ ମହାରାଜ ଗଗନାନନ୍ଦ ଗୋସ୍ୱାମୀ ପୀଠକୁ ତାଙ୍କର ଘରୋଇ ଠାକୁର ଭାବରେ ଏବଂ ବଂଶାନୁକ୍ରମିକ ଟ୍ରଷ୍ଟି ହେବାପାଇଁ ଦାବି କରି ମାମଲା ଦାୟର କରିଥିଲେ। ହିନ୍ଦୁ ସର୍ବସାଧରଣ ପକ୍ଷ ଏହି ମାମଲା ଲଢୁଥିଲେ। ଏହାକୁ ବିଚାର କରି ଏକ ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କଲେ ସହକାରୀ ଅତିରିକ୍ତ ଦେବୋତ୍ତର ଆୟୁକ୍ତ କୋର୍ଟ କଟକ। ତେବେ ଏହି ରାୟକୁ ଚାଲେଞ୍ଜ କରି ମହନ୍ତ ଉପର କମିସନ କୋର୍ଟରେ ଅପିଲ କରିଥିବା କହିଛନ୍ତି।

ad-week
Leave A Reply

Your email address will not be published.