ସମ୍ମତି ବୟସ ୧୮ରୁ ୧୬ କରିବା ବିରୋଧରେ ଆଇନ କମିଶନ…

add-all

download (7)

ନୂଆଦିଲ୍ଲୀ : ପୋକସୋ ଅଧୀନରେ ସମ୍ମତି ବୟସ ୧୮ରୁ ୧୬ କରିବାକୁ କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରିଥିଲେ ହେଁ ଏହାକୁ ବିରୋଧ କରିଛନ୍ତି ଆଇନ କମିଶନ। ୨୨ତମ ଆଇନ କମିଶନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିକଟରେ ଆଜି ରିପୋର୍ଟ ଉପସ୍ଥାପନ କରିଛନ୍ତି।
ଏଥିରେ ସମ୍ମତି ବୟସକୁ ୧୮ରୁ ୧୬ କରିବା ସୁପାରିସ ବିରୋଧରେ ମତ ରଖାଯାଇଛି। ବୟସ ହ୍ରାସ କଲେ ବାଲ୍ୟ ବିବାହ ଓ ଶିଶୁ ଚାଲାଣ ବିରୋଧରେ ଚାଲିଥିବା ଅଭିଯାନ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ବର୍ତ୍ତମାନ ଦେଶରେ ସମ୍ମତି ବୟସ ୧୮ ବର୍ଷ ରହିଛି। ଏହାର ଅର୍ଥ ୧୮ ବର୍ଷ ବୟସରେ ଜଣେ ବିବାହ କରିପାରିବେ। ଏଥିସହ ଶାରୀରିକ ସମ୍ପର୍କ ପାଇଁ ମଧ୍ୟ ସମ୍ମତି ପ୍ରକାଶ କରିପାରିବେ।
ଏପରି ସମ୍ମତି ମାମଲାରେ ପୋକସୋ ଆଇନରେ କିଛି ସଂଶୋଧନ କରିବା ପାଇଁ ଆଇନ କମିଶନ ପ୍ରସ୍ତାବ ଦେଇଛନ୍ତି। ଯେଉଁ କ୍ଷେତ୍ରରେ “ସମ୍ମତିଭିତ୍ତିକ” ଓ ‘ମୌନ ସ୍ୱୀକୃତି’ ଅଛି, ସାଧାଣତଃ ତା’କୁ ଗୁରୁତ୍ୱର ସହ ନେବାର ଆବଶ୍ୟକ ନାହିଁ। ପୋକସୋ ଆଇନ ଅଧୀନରେ ଥିବା ସମ୍ମତି ବୟସର କୌଣସି ପରିବର୍ତ୍ତନ କରିବା ଅନୁଚିତ।
ତେବେ ଏହା ସହ ଜଡ଼ିତ ସମସ୍ତ ମତାମତ ଓ ପରାମର୍ଶକୁ ଯତ୍ନର ସହ ବିଚାର କରିବା ପରେ ପୋକସୋ ଅଧିନିୟମରେ କିଛି ସଂଶୋଧନ ଆଣିବା ଆବଶ୍ୟକ ବୋଲି କମିଶନ ହୃଦୟଙ୍ଗମ କରୁଛନ୍ତି। ଏଥିରେ ମୌନ ସ୍ୱୀକୃତି ରହିଛି।
ବର୍ତ୍ତମାନ ଥିବା ଆଇନରେ ସମ୍ମତି ଭିତ୍ତିକ ରୋମାଣ୍ଟିକ ସମ୍ପର୍କ ଓ ନାବାଳିକାଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ଉପଯୁକ୍ତ ସମନ୍ୱୟ ରଖାଯାଇଛି। ତେଣୁ ଏଥିରେ ପରବର୍ତ୍ତନ ଆବଶ୍ୟକତା ନାହିଁ। ୧୬ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ଘଟଣାକୁ ନ୍ୟାୟପାଳିକା ଉପରେ ବିଚାର ପାଇଁ ଛଡ଼ା ଯିବା ଦରକାର। ସ୍ଥିତିକୁ ଦେଇ ପୋକସୋ ଅଧୀନରେ ଏହାର ବିଚାର କରାଯିବ କି ନାହିଁ, ତା’ର ନିଷ୍ପତ୍ତି ନ୍ୟାୟ ପାଳିକା ନେବେ।

ad-week
Leave A Reply

Your email address will not be published.