ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ମୁସଲମାନ ଭାଇ ମାନଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ସାମାଜର ସଭାପତି ଓ ସମ୍ପାଦକଙ୍କ ସହଯୋଗ ରେ ପବିତ୍ର ଇଦ ମିଳାଦୁନ ନବୀ ତଥା ମହାପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ଅବସରରେ ହାଟପଦା ସ୍ଥିତ ମୁସଲିମ ବସ୍ତିରୁ ସାମୁହିକ ପାର୍ଥନା ସାରିବା ପରେ ଶତାଧିକ ମୁସଲମାନ ଭାଇ ଏକ ଶୋଭାଯାତ୍ରା ମେନରୋଡ଼ ଦେଇ ମାଦିକୁନ୍ଦା ଛକ ଯିବା ସମୟରେ ଉମା ଶଙ୍କର ଏଜେନ୍ସି ସମ୍ମୁଖରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିସ୍କୁଟ ପାଣି କୋଲ୍ଡଡ୍ରିଂକ୍ସ ବଣ୍ଟନ କରାଯାଇଥିଲା l ସମସ୍ତ ମୁସଲମାନ ଭାଇ ମାନେ ଖଡୁରା ସାମାଜ ଯେପରି ଆଗକୁ ଉତ୍ତୋରତ୍ତର ଉନ୍ନତି କରୁ ବୋଲି କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସାମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଅନ୍ୟୁନ ୪ ସହ ଲୋକଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିବା ଉମାଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.