ଆରଡି ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ସୁଧ ହାର ବୃଦ୍ଧି କଲେ କେନ୍ଦ୍ର ସରକାର…

add-all

download

ନୂଆଦିଲ୍ଲୀ : ବ୍ୟାଙ୍କ ଜମାକାରୀଙ୍କ ପାଇଁ ଖୁସି ଖବର। ୬.୭ ପ୍ରତିଶତ ସୁଧ ହାର ବୃଦ୍ଧି କଲେ କେନ୍ଦ୍ର ସରକାର। ଆରଡି(ରିକ୍ୟୁରଂ ଡିପୋଜିଟ୍) ଆକାଉଣ୍ଟଗୁଡିକ ପୂର୍ବରୁ ପାଉଥିବା ୬.୫ ପ୍ରତିଶତ ସୁଧ ହାରକୁ ୬.୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଡିସେମ୍ୱର ତ୍ରୟମାସିକ ପାଇଁ ଏହି ନିୟମ ଲାଗୁ କରାଯାଇଛି।
କିନ୍ତୁ ସମସ୍ତ ଛୋଟ ସଞ୍ଚୟ ଯୋଜନା ପାଇଁ ପୂର୍ବ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି। ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରକାଶିତ ସର୍କୁଲାର ଅନୁଯାୟୀ, ସଞ୍ଚୟ ଜମା ଉପରେ ସୁଧ ହାର ୪ ପ୍ରତିଶତ ଏବଂ ଏକ ବର୍ଷିଆ ଜମା ଉପରେ ୬.୯ ପ୍ରତିଶତ ଅପରିବର୍ତ୍ତିତ ରହିଛି। ଉଭୟ ଦୁଇ ବର୍ଷ ଏବଂ ତିନି ବର୍ଷିଆ ଜମା ଉପରେ ସୁଧ ହାର ୭ ପ୍ରତିଶତ ଥିବାବେଳେ ପାଞ୍ଚ ବର୍ଷର ଜମା ଉପରେ ଏହି ହାର ୭.୫ ପ୍ରତିଶତ ରହିଛି।
ସର୍କୁଲାର ଅନୁଯାୟୀ, ଅନ୍ୟାନ୍ୟ ସେଭିଂ ପ୍ଲାନ୍, ବରିଷ୍ଠ ନାଗରିକଙ୍କ ସଞ୍ଚୟ ଯୋଜନାରେ ୮.୨ ପ୍ରତିଶତ ସୁଧ ହାର, ମାସିକ ଆୟ ଆକାଉଣ୍ଟ ଯୋଜନାରେ ୭.୪ ପ୍ରତିଶତ ଏବଂ ଜାତୀୟ ସଞ୍ଚୟ ପ୍ରମାଣପତ୍ରରେ ୭.୭ ପ୍ରତିଶତ ସୁଧ ହାର ରହିବ। ସାର୍ବଜନୀନ ପ୍ରୋଭିଡେଣ୍ଟ ପାଣ୍ଠି (ପିପିଏଫ୍) ଯୋଜନାରେ ୭.୧ ପ୍ରତିଶତ ସୁଧ ହାର ରହିବ।

ସର୍କୁଲାରରେ ଏହା ମଧ୍ୟ ଦର୍ଶାଯାଇଛି ଯେ, କିଷାନ ବିକାଶ ପତ୍ର ଉପରେ ସୁଧ ହାର ୭.୫ ପ୍ରତିଶତ ଏବଂ ୧୧୫ ମାସରେ ମ୍ୟାଚୁରିଟି ହେବ। ସେହିପରି, ଲୋକପ୍ରିୟ ବାଳିକା ଶିଶୁ ଯୋଜନା ‘ସୁକନ୍ୟା ସମୃଦ୍ଧି’ ଆକାଉଣ୍ଟ ସୁଧ ହାର ମଧ୍ୟ ୮ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।

ad-week
Leave A Reply

Your email address will not be published.