ସଂରକ୍ଷଣ ନାଁରେ ଆଗକୁ ଆସିବେ ଲିପଷ୍ଟିକ୍ ଓ ବବ୍ କଟ୍ ହେୟାର ଷ୍ଟାଇଲ୍ ମହିଳା: ଆରଜେଡି ନେତା

add-all

IMAGE_1696058388

ମୁଜାଫର୍‌ପୁର୍‌: ମହିଳା ସଂରକ୍ଷଣ ବିଲ୍‌ ନାଁରେ ଲିପ୍‌ଷ୍ଟିକ୍‌ ଲଗାଇଥିବା ଓ ବବ୍‌-କଟ୍‌ କେଶବିନ୍ୟାସ କରିଥିବା ମହିଳାମାନେ ଆଗେଇ ଆସିବେ ବୋଲି କହି ବରିଷ୍ଠ ‘ଆର୍‌ଜେଡି’ ନେତା ଅବ୍ଦୁଲ୍‌ ବାରି ସିଦ୍ଦିକି ବିବାଦର ସୂତ୍ରପାତ କରିଛନ୍ତି ବ‌ୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ଚଳିତ ମାସ ସଂଦସର ବିଶେଷ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ସହିତ ଶୁକ୍ରବାର ଦିନ ଏହି ବିଲ୍‌ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି।
ବିହାରର ମୁଜାଫରପୁର ନଗରରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ସିଦ୍ଦିକି ଉପରୋକ୍ତ ଟିପ୍ପଣୀ ଦେଇ ପୁଣି ବିବାଦର ସୂତ୍ରପାତ କରିଛନ୍ତି।
ସେ କହିଛନ୍ତି, ମହିଳା ସଂରକ୍ଷଣ ନାଁରେ ଲିପ୍‌ଷ୍ଟିକ୍‌ ଲଗାଉଥିବା ଓ ବବ୍‌-କଟ୍‌ କେଶବିନ୍ୟାସ କରୁଥିବା ମହିଳାମାନେ ଆଗେଇ ଆସିବେ। ସରକାର ବରଂ ପଛୁଆ ସମ୍ପ୍ରଦାୟର ମହିଳାମାନଙ୍କୁ ଏହି ସଂରକ୍ଷଣ ଯୋଗାଇ ଦେବା ଉଚିତ।
ସମର୍ଥକମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଟେଲିଭିଜନ୍‌ ଓ ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରୁହନ୍ତୁ।
ସେ କହିଛନ୍ତି, ମୁଣ୍ଡ ନ ଖେଳେଇ ଆପଣମାନେ ଟେଲିଭିଜନ୍‌ ଦେଖିବା ଓ ସାମାଜିକ ଗଣମାଧ୍ୟମରେ ସମୟ ନଷ୍ଟ କରିବା ବନ୍ଦ କରିବା ଉଚିତ।
ସେମାନଙ୍କ ଭାଗ ପାଇଁ ସେମାନେ ସଂଗ୍ରାମ କରିବା ଉଚିତ ବୋଲି ସିଦ୍ଦିକି ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଆମର ପୂର୍ବଜଙ୍କ ପ୍ରତି ହୋଇଥିବା ଅସମ୍ମାନ କଥା ମନେ ରଖିବାକୁ ପଣ କରନ୍ତୁ। ଆମ‌େ ଆମ ପିଲାମାନଙ୍କୁ ଶିକ୍ଷିତ କରାଇ ଆମ ଭାଗ ପାଇଁ ସଂଗ୍ରାମ କରିବା ଉଚିତ।

ad-week
Leave A Reply

Your email address will not be published.