କ୍ୟାବ ଡ୍ରାଇଭରଙ୍କ ଆକାଉଣ୍ଟକୁ ଚାଲିଗଲା ୯ ହଜାର କୋଟି, ଇସ୍ତଫା ଦେଲେ ବ୍ୟାଙ୍କ ସିଇଓ

S_Krishnan_1696049699

ଚେନ୍ନାଇ : ନିଜ ପଦରୁ ଅଚାନକ ଇସ୍ତଫା ଦେଲେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍‌ କୃଷ୍ଣ । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍‌ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇ ଯାଇଥିଲା। ବ୍ୟାଙ୍କରୁ ଭୁଲବଶଃତ ଏହି ଟଙ୍କା ସମ୍ପୃକ୍ତ କ୍ୟାବ୍‌ ଡ୍ରାଇଭରଙ୍କ ଆକାଉଣ୍ଟକୁ ଚାଲି ଯାଇଥିବା ବେଳେ ପରେ ତାହାକୁ ପୁଣି ଫେରାଇ ନିଆଯାଇଥିଲା। ଏହାପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏସ୍‌ କ୍ରିଷ୍ଣନ ।
ଗତ ବର୍ଷ ସେପ୍ଟେମ୍ବର ମାସରେ TMB ବ୍ୟାଙ୍କର ସିଇଓ ଭାବେ ଏସ୍‌ କୃଷ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା କହିଛନ୍ତି ଏସ୍‌ କ୍ରିଷ୍ଣନ । ଗତ ଗୁରୁବାର ବ୍ୟାଙ୍କର ବୋର୍ଡ ମିଟିଙ୍ଗ ବସିଥିବା ବେଳେ ଏସ୍‌ କ୍ରିଷ୍ଣନଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି। ଏନେଇ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଅନୁମୋଦିତ ନ ହେବା ପର୍ଯ୍ୟନ୍ତ ଏସ୍‌ କୃଷ୍ଣ ନିଜ ପଦରେ ରହି ଦାୟିତ୍ୱ ତୁଲାଇବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ଗତ ସପ୍ତାହରେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କର ଜଣେ ଆକାଉଣ୍ଟଧାରୀ ରାଜ କୁମାରଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇ ଯାଇଥିଲା। ରାଜ କୁମାର ଜଣେ କ୍ୟାବ ଡ୍ରାଇଭର ହୋଇଥିବା ବେଳେ ଏତେ ଟଙ୍କା କିପରି ତାଙ୍କ ଆକାଉଣ୍ଟକୁ ଆସିଲା ଜାଣି ପାରିଲେ ନାହିଁ। ଏପରିକି ଏହା ଏକ ସ୍କାମ ବୋଲି ପ୍ରଥମେ ସେ ଭାବିଥିଲେ।
ପ୍ରକୃତରେ ଆକାଉଣ୍ଟରେ ଟଙ୍କା କ୍ରେଡିଟ ହୋଇଛି କି ନାହିଁ ଜାଣିବାକୁ ନିଜ ସାଙ୍ଗ ଆକାଉଣ୍ଟକୁ ୨୧ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାପରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଆକାଉଣ୍ଟରୁ ଅବଶିଷ୍ଟ ଟଙ୍କା ଫେରାଇ ନିଆଗଲା।
ଗତ ଜୁନ୍‌ ମାସରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ବ୍ୟାଙ୍କ ଉପରେ ଚଢ଼ାଉ କରାଯାଇ ଫାଇଲ୍‌ ଯାଞ୍ଚ କରାଯାଇଥିବା ବେଳେ ସେଥିରେ କିଛି ଅନିୟମିତତା ହୋଇଥିବା ସାମନାକୁ ଆସିଥିଲା। ଏହାପରେ ଏବେ ବ୍ୟାଙ୍କର ସିଇଓ ଇସ୍ତଫା ଦେଇଥିବା ବେଳେ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନି ।

ad-week
Leave A Reply

Your email address will not be published.