ବ୍ରହ୍ମପୁରରେ କସ୍‌ମେଟିକ୍‌ ଦେକାନରେ ଚଢ଼ଉ; ୧୦ ଲକ୍ଷରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ…

add-all

ବ୍ରହ୍ମପୁର

ବ୍ରହ୍ମପୁର: ବଜାରରେ ନକଲି ଜିନିଷର ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ଅସଲି ଜିନିଷ କିଣିବାକୁ ଚାହୁଁଥିବା ଲୋକଙ୍କ ମନରେ ଅନେକ ସନ୍ଦେହ ଆସୁଛି। ଭଲ ବ୍ରାଣ୍ଡର ଜିନିଷ ଭିତରେ ନକଲି ଜିନିଷ ରହୁଥିବା ଦୃଷ୍ଟିଗୋଚର ହେଉଛି। ଗୁଟଖା, ସିମେଣ୍ଟ, ଆଚାର, ପାମ୍ପଡ଼, ଘିଅ, ପନୀର, ସସ୍‌, ତେଲ, ମସଲା ପରେ ଏବେ ନକଲି କସମେଟିକ୍‌ ସାମଗ୍ରୀ ଜବତ ହୋଇଛି। ବ୍ରହ୍ମପୁର ସହରରେ ଶନିବାର ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ନକଲି କସମେଟିକ୍‌ ସାମଗ୍ରୀ ଜବତ ହୋଇଥିବା ପୁଲିସ କହିଛି।
ହିନ୍ଦୁସ୍ଥାନ ଲିଭର କଂପାନି କର୍ତ୍ତୃପକ୍ଷଙ୍କ ତରଫରୁ ଅଭିଯୋଗ ହେଲା ପରେ ଟାଉନ୍‌ ପୁଲିସ ଓ ବଡ଼ବଜାର ପୁଲିସ ସହରର କିଛି ଦୋକାନରେ ଅତର୍କିତ ଚଢ଼ଉ କରିଛି। ଚଢ଼ଉ ସମୟରେ ପୁଲିସ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ଭିତରେ ନକଲି ଲାକମେ ଆଏକନିକ୍‌ କାଜଲ, ଇଲେ ୧୮ କାଜଲ, ଲାକମେ ୯-୫ କମ୍ପାକ୍ଟ, ଲାକମେ ଆବସେଲୁଟ କମ୍ପାକ୍ଟ, ଲାକମେ ଫାଉଣ୍ଡେସନ୍‌, ଲିପଷ୍ଟିକ୍‌, ଆଏଲାଇନର, ମାସକେରା ଆଦି ଜବତ ହୋଇଛି।
ପୁଲିସ କହିଛି ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଖାସପା ଲାଇନ୍‌ସ୍ଥିତ ଓମ୍‌ ‌ଷ୍ଟୋର, ଶ୍ରୀ ସାଈ ଟ୍ରେଡିଂ, ଭାପୁର ବଜାରସ୍ଥିତ ମନପସନ୍ଦ, ପୁରୁଣା ବସଷ୍ଟାଣ୍ଡର ଭି୨ ମଲ୍‌ରେ ଏହି ଚଢ଼ଉ ହୋଇଛି।

ad-week
Leave A Reply

Your email address will not be published.