ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୬ ଜଣ…

add-all

fu

ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ। ଅତି କମରେ 6 ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକେ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ନାଇଟ୍ କ୍ଲବ୍ ଚାଲିଥିଲା। ଆଜି ଭୋଅରୁ ଭୋଅରୁ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶୋସାଲ ମିଡିଆରେ ଏକ ବିବୃତ୍ତିରେ ଜରୁରୀକାଳୀନ ସେବା ଏନେଇ ସୂଚନା ସୂଚନା ଦେଇଛି।

ରିପୋର୍ଟ ଅନୁସାରେ 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ସମୟରେ କ୍ଲବରେ କେତେ ଜଣ ଥିଲେ, ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ଥିବା କହିଛି ଜରୁରୀକାଳୀନ ସେବା।

ad-week
Leave A Reply

Your email address will not be published.