26/11 ମୁମ୍ୱାଇ ଆଟାକ ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହଯୋଗୀ ନିପାତ…

newyr25

rett

ମୁମ୍ୱାଇ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ହାଫିଜ ସଇଦର ସହଯୋଗୀ ନିପାତ। କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ନିପାତ ହୋଇଛି। କୌଣସି ଅଜଣା ବ୍ୟକ୍ତି ଫାରୁକକୁ ମାରିଥିବା କୁହାଯାଉଛି। ଚାଲି ଚାଲି ଯିବା ସମୟରେ ଗୁଳି କରାଯାଇଛି, ଆଉ ସେହିଠାରେ ହିଁ ଟିଳିପଡିଛି ଫାରୁକ। ଏହି ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି |

ମୁଫତି କୈସର୍ ଫାରୁକ୍ ଭାରତ ବିରୋଧୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ସହ-ପ୍ରତିଷ୍ଠାତା ଥିଲା। ଏଥିସହ ଲଶ୍କର ମୁଖ୍ୟ ହାଫିଜ ସଇଦର ମଧ୍ୟ ଘନିଷ୍ଠ ଥିଲା। ମୁମ୍ବାଇରେ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ସହଯୋଗୀ ଭାବେ କାର୍ଯ୍ୟ କରିଥିଲା ଫାରୁକ। ତା’ର ମୃତ୍ୟୁ ପରେ ହାଫିଜ ସଙ୍ଗଠନ ଦୁର୍ବଳ ହେବା ନିଶ୍ଚିତ।

Leave A Reply

Your email address will not be published.