କାର୍ ଦୁର୍ଘଟଣାରେ ମହିଳା ମୃତ ଘଟଣା, କନ୍ନଡ ଅଭିନେତା ନାଗଭୂଷଣ ଗିରଫ…

add-all

erw

ଗିରଫ ହେଲେ କନ୍ନଡ ଅଭିନେତା ନାଗଭୂଷଣ। ଦୁର୍ଘଟଣା ମାମଲାରେ ଆଜି ତାଙ୍କୁ ଗିରଫ କରିଛି ପୁଲିସ। ଏଥିସହ ତାଙ୍କ କାରକୁ ଜବତ ରଖିଛି ପୁଲିସ। ନାଗଭୂଷଣଙ୍କ କାର୍ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା।

ସୂଚନା ଅନୁସାରେ, ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୁଲିସ ଷ୍ଟେସନରେ ଅଭିନେତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ଗତକାଲି ରାତି 9ଟା 45 ମିନିଟ୍ ସମୟରେ ନାଗଭୂଷଣ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲେ। ଏଥିରେ ପତ୍ନୀଙ୍କର ଜୀବନ ଯାଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ନାଗଭୂଷଣ ଅତି ବେପରୁଆ ଏବଂ ଦ୍ରୁତଗତିରେ ଗାଡି ଚାଳନା କରୁଥିବାରୁ ଏପରି ଏକ ଦୁର୍ଘଟଣା ଘଟିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ମୃତକ ହେଉଛନ୍ତି  ପତ୍ନୀ ପ୍ରେମା(48) ଏବଂ ତାଙ୍କ ସ୍ୱାମୀ କୃଷ୍ଣ(58)ଙ୍କର ଗୋଡ, ମୁଣ୍ଡ ଏବଂ ପେଟରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କହିବା ଅନୁସାରେ, ଦୁର୍ଘଟଣା ପରେ ନାହଭୂଷଣ ଦମ୍ପତିଙ୍କୁ ନିଜେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.