ଭାରତରେ ୭୪ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା ହ୍ୱାଟସଆପ୍‌

add-all

wht

ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ କରିଛି। ସେପ୍ଟେମ୍ବର ମାସରେ ବ୍ୟାନ ହୋଇଥିବା ଆକାଉଣ୍ଟ ତୁଳନାରେ ଏହା ୨ ଲକ୍ଷ ଅଧିକ। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ୨୦୨୧ ଆଧାରରେ ହ୍ୱାଟସଆପ୍‌ ସନ୍ଦିଗ୍ଧ ଆକାଉଣ୍ଟଗୁଡ଼ିକ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟାନ ହୋଇଥିବା ମୋଟ ୭୪ ଲକ୍ଷ ଆକାଉଣ୍ଟ ମଧ୍ୟରୁ ୩୫,୦୬,୯୦୫ଟି ଆକାଉଣ୍ଟ ବିରୋଧରେ କୌଣସି ଅଭିଯୋଗ ନଥିଲା। କିନ୍ତୁ ଏହି ଆକାଉଣ୍ଟଗୁଡ଼ିକ ହ୍ୱାଟସଆପ୍‌ର ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବାରୁ, ସେଗୁଡ଼ିକୁ ବନ୍ଦ କରାଯାଇଛି।

ମେଟା ମାଲିକାନାରେ ଥିବା ହ୍ୱାଟସଆପ୍‌ ସେପ୍ଟେମ୍ବର ମାସରେ ୭୨.୨୮ ଲକ୍ଷ ଆକାଉଣ୍ଟ ବନ୍ଦ କରିଥିଲା। ଏହା ମଧ୍ୟରେ ନିଜ ଆଡ଼ୁ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆକାଉଣ୍ଟ ସଂଖ୍ୟା ୩.୧ ଲକ୍ଷ ରହିଥିଲା।

ସୁରକ୍ଷା, ନିୟମ ଉଲ୍ଲଙ୍ଘନ ଓ ବିଭିନ୍ନ କାରଣ ପାଇଁ ହ୍ୱାଟସଆପ ଏପରି ପଦକ୍ଷେପ ନେଇଥିବା କହିଛି। କମ୍ପାନୀର ଇଞ୍ଜିନିୟର, ତଥ୍ୟ ବିଶ୍ଲେଷକ ଓ ଅନ୍ୟ କର୍ମଚାରୀଙ୍କ ସମସ୍ତ ପ୍ରକାରର ତଦନ୍ତ ପରେ କମ୍ପାନୀ ଆକାଉଣ୍ଟଗୁଡ଼ିକ ବନ୍ଦ କରିଛି।

ad-week
Leave A Reply

Your email address will not be published.