ଭୂକମ୍ପ ଝଟକା ପରେ ଅଫିସ ଛାଡ଼ି ବାହାରକୁ ଚାଲି ଆସିଲେ କେନ୍ଦ୍ରମନ୍ତ୍ରୀ

add-all

mantri

ବଡ଼ଧରଣର ଭୂକମ୍ପ ଝଟକାରେ ଆଜି ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଥରିଛି। ଅପରାହ୍ନ ସମୟରେ ଏହି ଝଟକା ଯୋଗୁ ଦିଲ୍ଲୀର ଅଧିକାଂଶ ଲୋକ ଘର ଓ ସେମାନଙ୍କ ଅଫିସ ଛାଡ଼ି ତୁରନ୍ତ ବାହାରକୁ ଚାଲି ଆସିଥିଲେ।

ଅଫିସ ଛାଡ଼ି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ରହିଥିଲେ। ଝଟକା ବେଳେ ନିର୍ମାଣ ଭବନ ଅଫିସରେ ମନସୁଖ ମାଣ୍ଡଭୀୟ ରହିଥିଲେ। ତେବେ ସେ ତୁରନ୍ତ ଅନ୍ୟ ଅଧିକାରୀମାନଙ୍କ ସହ ଖୋଲା ସ୍ଥାନକୁ ଚାଲି ଆସିଥିଲେ। ସେ ବେଶ କିଛି ସମୟ ଅଫିସ ବାହାରେ ଥିବା କାର ପାର୍କିଂ ଅଞ୍ଚଳରେ ଛିଡ଼ା ହୋଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଆଜି ଭାରତୀୟ ସମୟ ୨.୨୫ ସମୟରେ ନେପାଳରେ ୪ଥର ବଡ଼ବଡ଼ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୨୫ ମିନିଟ ମଧ୍ୟରେ ୪.୬ ଓ ୬.୨ ତୀବ୍ରତାର ଭୂକମ୍ପରେ ଲୋକମାନେ ଥରିଥିଲେ। ଏହାର ୧୫ ମିନିଟ ପରେ ୩.୬ ତୀବ୍ରତା ଓ ୧୩ ମିନିଟ ପରେ ୩.୧ ତୀବ୍ରତାର ଝଟକା ଅନୁଭବ ହୋଇଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ବୋଲି ଜଣାପଡ଼ିଛି। ଝଟକା ଯୋଗୁ ନେପାଳରେ କିଛି ଘର ଭାଙ୍ଗି ଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି। କିଛି ରିପୋର୍ଟରେ ଦାବି କରାଯାଇଛି ଯେ ବାଝାଙ୍ଗ ଜିଲ୍ଲାରେ ଭୂକମ୍ପ ଝଟକା ଯୋଗୁ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଏଠାରେ ଘର ଓ କିଛି କାନ୍ଥ ଭାଙ୍ଗି ପଡ଼ିଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏ ବିଷୟରେ ବିସ୍ତୃତ ସୂଚନା ମିଳିନାହିଁ।

ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀର ନୋଏଡାର ୧୦ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଓ ବରେଲିରେ ମଧ୍ୟ ଝଟକା ଅନୁଭୂତ ହୋଇଛି।

ଝଟକା ଯୋଗୁ ଲାଇଟ୍, ଫ୍ୟାନ୍ ସମେତ ଘରେ ଥିବା ବିଭିନ୍ନ ଆସବାବପତ୍ର ଥରି ଉଠିଥିଲା। ଫଳରେ ଅଫିସରେ ଥିବା କର୍ମଚାରୀ ଏବଂ ସାଧାରଣ ଲୋକେ ଅଫିସ୍ ଏବଂ ଘରୁ ଭୟରେ ବାହାରକୁ ଚାଲି ଆସିଥିଲେ। ଏହାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।

ad-week
Leave A Reply

Your email address will not be published.