କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ମାନ୍ୟତା…

add-all

rasabali

ଭୁବନେଶ୍ବର: କେନ୍ଦ୍ରାପଡା ସହ ସାରା ଓଡିଶା ପାଇଁ ଖୁସି ଖବର। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ କରାଯିବା ସହ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଗୁଣବତ୍ତା ଓ ମାନ ଯାଞ୍ଚ ପରେ ସ୍ବୀକୃତି ମିଳିଛି।

୪୦୦ ବର୍ଷର ପରମ୍ପରାରେ ତୁଳସୀ କ୍ଷେତ୍ରର ବଡ଼ଠାକୁର ବଳଦେବ ଜୀଉଙ୍କ ମୁଖ୍ୟ ନୈବେଦ୍ୟ ହେଉଛି ରସାବଳି। କେନ୍ଦ୍ରାପଡ଼ା ସମେତ ସାରା ରାଜ୍ୟରେ ସମସ୍ତଙ୍କ ପ୍ରିୟ ମିଷ୍ଟାନ ରସାବଳି। କେନ୍ଦ୍ରାପଡା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିବା ପରେ ସବୁଠି ଖୁସିର ଲହରୀ ଖେଳି ଯାଇଛି।

ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳି। କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ଏହି ମିଠା । ତେବେ ଦୀର୍ଘ ଦିନ ଧରି ରସାବଳିକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା । ୧୩ ଡିସେମ୍ବର ୨୦୨୧ରେ ଆବେଦନ କରାଯାଇଥିଲେ ହେଁ ଏବେ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି।

ad-week
Leave A Reply

Your email address will not be published.