ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ

add-all

asia

ହାଙ୍ଗ୍‌ଝୌ: ଚଳିତ ୧୯ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଆଜି ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ ମିଳିଛି।

ଆଜି ଭାରତକୁ ମିଳିିଛି ଆଉ ଏକ ସ୍ବର୍ଣ୍ଣ ପଦକ। ମହିଳା ୫ ହଜାର ମିଟର ଦୌଡ଼ରେ ପାରୁଲ ଚୌଧୁରୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୧୫.୧୪.୭୫ ମିନିଟରେ ଧାର୍ଯ୍ୟ ଟାର୍ଗେଟକୁ ଅତିକ୍ରମ କରି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

୪୦୦ ମିଟର ମହିଳା ହଡଲ୍ସରେ ଭାରତର ବିଥ୍ୟା ରାମରାଜ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୫୫.୬୮ ସେକେଣ୍ଡରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରି ଏପରି ସଫଳତା ହାସଲ କରିଛନ୍ତି। ପ୍ରବୀଣ ଚିତ୍ରବେଲ ଟ୍ରିପଲ ଜମ୍ପରେ ୧୬.୬୮ ମିଟରକୁ ଡିଆଁ ମାରି ବ୍ରୋଞ୍ଜ ପଦକ ଜିତିଛନ୍ତି। ୮୦୦ ମିଟର ଦୌଡ଼ରେ ମହମ୍ମଦ ଅଫସଲ ରୌପ୍ୟ ପଦ ପାଇଛନ୍ତି।

ad-week
Leave A Reply

Your email address will not be published.