ଟିଡିପି ନେତା ଗିରଫ, ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

tdp

ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦରୁ ସତ୍ୟନାରାୟଣ ମୁର୍ତ୍ତୀ ଗିରଫ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଏବଂ ମହିଳା ମନ୍ତ୍ରୀ ଆର.କେ ରୋଜାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ବ୍ୟାପକ ପୁଲିସ ନିୟୋଜିତ ଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାଗରା ପାଲେମ ପୁଲିସ ଷ୍ଟେସନରେ ମୁର୍ତ୍ତୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଗୁଣ୍ଟୁର ପୋଲିସର ଏକ ଟିମ୍ ଗତକାଲି ରାତିରେ ମୁର୍ତ୍ତୀଙ୍କ ବାସଭବନରେ ପହଞ୍ଚି ନୋଟିସ ଜାରି କରି ତାଙ୍କୁ ଗିରଫ କରିଛି। ଘରେ ପୁଲିସ ପହଞ୍ଚିବା ପରେ ବି ମୂର୍ତ୍ତୀ ଦୀର୍ଘ ସମୟ ପର୍ଯନ୍ତ କବାଟ ଖୋଲିନଥିଲେ। ଫଳରେ କବାଟ ଭାଙ୍ଗି ପୁଲିସ ତାଙ୍କୁ ଗିରଫ କରିଛି।

ମୂର୍ତ୍ତି ଗିରଫ ସମୟର ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ଏହି ସମୟରେ ବ୍ୟାପକ ପୁଲିସ ଉପସ୍ଥିତ ଥିବା ସହ ବହୁସଂଖ୍ୟାର ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଗିରଫ ପରେ ମୂର୍ତ୍ତୀଙ୍କୁ ଗୁଣ୍ଟୁର ନିଆଯାଇ ଥିବାବେଳେ ଜାମିନ ପାଇଁ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିବା ସୂଚନା ମିଳିଛି।

ରିପୋର୍ଟ ମୁତାବକ, ପୂର୍ବତନ ମନ୍ତ୍ରୀ ସତ୍ୟନାରାୟଣ ମୁର୍ତ୍ତୀ ରୋଜାଙ୍କ ବିରୋଧରେ ବହୁ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାପରେ ରୋଜାଙ୍କ ସ୍ୱାମୀ ତାଙ୍କ ସପକ୍ଷରେ ବାହାରି ଅଭିଯୋଗର ପ୍ରମାଣ ମାଗିଥିଲେ।

ଅନ୍ୟପଟେ ଟିଡିପି ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ, ମୂର୍ତ୍ତିଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। YSR କଂଗ୍ରେସ ଦଳ ପାଇଁ ଗୋଟେ ନିୟମ ଏବଂ ଅନ୍ୟମାନଙ୍କ ପାଇଁ ଆଉ ଏକ ନିୟମ ବୋଲି ସେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.