ଜାମିନ ପାଇଲେ ଲାଲୁ ଯାଦବ, ରାବ୍‌ଡ଼ୀ ଦେବୀ ଓ ପୁଅ ତେଜସ୍ବୀ…

add-all

lal

ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତିରେ ସମ୍ପୃକ୍ତି ଥିବା ମାମଲାରେ ଆଜି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ର (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍‌ଡ଼ୀ ଦେବୀ ଓ ସମ୍ପ୍ରତି ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ସେମାନଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଜାମିନ ମଞ୍ଜୁର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବ‌େଳେ ଉପରୋକ୍ତ ଦୁର୍ନୀତି ହୋଇଥିଲା। ଭାରତୀୟ ରେଳବାଇରେ ନିଯୁକ୍ତି ପାଇବା ପାଇଁ ଲାଲୁ ଯାଦବଙ୍କ ପରିବାର ଲୋକଙ୍କ ନାଁରେ ଜମି ଟ୍ରାନ୍‌ସ୍‌ଫର୍‌ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ଚାଲିଛି।

ad-week
Leave A Reply

Your email address will not be published.