ଯବାନଙ୍କ ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକର୍ମର ଶୁଭାରମ୍ଭ…

add-all

ଦାରିଙ୍ଗବାଡ଼ି, ୫/୧୦, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଆଜି ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ସୂଚନା ପ୍ରକାରେ ଦିଲ୍ଲୀ ଠାରେ ସହିଦ ଯବାନ ଙ୍କ ଉଦ୍ଦେଶ୍ୟରେ ହେଉଥିବା ଅମୃତ ବାଟିକାରେ ମାଟି ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦାରିଙ୍ଗବାଡ଼ି ବ୍ଲକର ୨୫ ଗୋଟି ପଞ୍ଚାୟତର ମାଟି ସଂଗ୍ରହ ନିମନ୍ତେ ମାଟି କଳସ ଓ ଜାତୀୟ ପତାକା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧବନିତାଙ୍କ ସହିତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.