ବିଜେପି ଦଳ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଦେଶ ପାଇଁ ସହିଦ ହୋଇଥିବା ବୀର ଜବାନ ମାନଙ୍କ ସ୍ମୃତିରେ ଓ ତାଙ୍କୁ ସଂମ୍ମାନ ଦେବାପାଇଁ ବିଜେପି ଦଳ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ 11 ଟା ବେଳେ ଫୁଲବାଣୀ ଠାରେ ପହଞ୍ଚି ଥିଲେ ତାଙ୍କୁ ଦଳପକ୍ଷରୁ ସ୍ଵାଗତ କରାଯାଇ ଏକ ମୋଟର ସାଇକଲ ରାଲି ରେ ସହର ପରିକ୍ରମା କରାଇ ପ୍ରଥମେ ଫୁଲବାଣୀ ସାହି ବରାଳ ଦେବୀ ମନ୍ଦିର କୁ ଯାଇ ସେଠାରେ ପୂଜା ଅର୍ଚନା କରି ପ୍ରଥମେ ସେଠାରୁ ଫୁଲବାଣୀ ର ମାଟି କୁ ଏକ ହାଣ୍ଡି ରେ ରାଖୀ ରାଜ୍ୟ ସଭାପତି ନିଜେ ଘର ଘର ବୁଲି ମାଟି ସଂଗ୍ରହ କରି ଫୁଲବାଣୀ ର ସହିଦ ସୁନାସିର ମହାନ୍ତି ଘରକୁ ଯାଇ ସେଠାରୁ ରଖାଯାଇଥିବା ମାଟି କୁ ଆଣିଥିଲେ । ଏବଂ ତାଙ୍କ ପରିବାର ସହ କଥା ବାରତା କରିଥିଲେ । ଓଡିଶାର ସମସ୍ତ ବ୍ଲକ ର ସମସ୍ତ ଘରୁ ମାଟି ଆଣି ଦିଲ୍ଲୀ ପଠାଯାଇ ସହିଦ ମାନଙ୍କ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯିବ ବୋଲି ରାଜ୍ୟ ସଭାପତି କହିଥିଲେ । ସେଠାରୁ ଫେରି ରାଇକିଆ ସ୍ଥିତ ବୀଅରପାଙ୍ଗା ଗାଁ ର ସହିଦ ଚନ୍ଦ୍ର କାନ୍ତ ପ୍ରଧାନ ଙ୍କ ଘରକୁ ଯାଇଥିଲେ ।

ad-week
Leave A Reply

Your email address will not be published.