ରାଜସ୍ୱ ଆଳରେ ମଦ ବିକି ମାଲେ ମାଲ ଅଧିକାରୀ- ମାଫିଆ ସରକାର…!

add-all

ମଦୁଆଙ୍କ ପରିବାର ହଟ ହଟା…
ବ୍ରହ୍ମପୁର:୬-୧୦ ଗ୍ରମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଗଳି କନ୍ଦିରେ ଅବାଧରେ ଦେଶୀ,ବିଦେଶୀ ମଦ ଦୋକାନ ଛତୁ ଫୁଟିଲା ଭଳି ଖୋଲାଯାଇଛି। ସରକାର ରାଜସ୍ୱ ଆୟ କୁ ଢାଲ କରି ଅବକାରୀ ବିଭାଗ କୁ ନିର୍ଦ୍ଧେଶ ଓ କ୍ଷମତା ଦେଇଛନ୍ତି,ମଦ ଦୋକାନ ପଞ୍ଜିକୃତ କରିବାକୁ। ଏହାର ସୁଯୋଗ ନେଇ ଅବକାରୀ ବିଭାଗ ର ବଡ଼ ବାବୁ ମାନେ ସ୍କୁଲ, କଲେଜ ମନ୍ଦିର,ମସଜିଦ,ଚର୍ଚ୍ଚ,କୋର୍ଟ ନିକଟ ରେ ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଦ ଦୋକାନ ଖୋଲିବାକୁ ସୁଯୋଗ ଦେଉଛନ୍ତି। ମଦ ବ୍ୟବସାୟ ରେ ପ୍ରଚୁର ଲାଭ ଥିବା ଯୋଗୁଁ ମଦ ମାଫିଆମାନେ ରାଜନେତା ଙ୍କ ଛତ୍ରଛାୟା ଓ ଆଶିର୍ବାଦ ରେ ଅବାଧ ରେ ମଦ ବିକ୍ରି କରୁଛନ୍ତି।ଏଥିରେ ସରକାରଙ୍କ ରାଜସ୍ୱ ଆଦାୟ ହେଉଥିବା ବେଳେ ଅବକାରୀ ବାବୁ ଓ ମଦ ମାଫିଆ ମାନେ ମାଲା ମାଲ ହେଉଛନ୍ତି।ଏପଟେ ମଦୁଆ ମାନଙ୍କ ପରିବାର ହଟ ହଟା ହେବା ସହ ଭାଗ୍ୟକୁ ଆଦରି ଚୁପ ରହୁଛନ୍ତି। ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲିବା ଫଳରେ। ମଦ୍ୟପାନ କରି ଦୁର୍ଘଟଣା ବଢୁଛି, ଘଟୁଛି।ମଦ୍ୟପ ମାନେ ଆଇନ ହାତକୁ ନେଉଛନ୍ତି।ମଦୁଆଙ୍କ ଶିକାର ହେଉଛନ୍ତି ଝିଅ,ବହୁମାନେ।ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଦିନକୁ ଦିନ ବଢ଼ି ବାରେ ଲାଗିଛି ବୋଲି ଚାର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.