

ସନକ ନିଜ ଦେଶର ସ୍ଥିତି ସ୍ପଷ୍ଟ କରିବା ସହ ପରିସ୍ଥିତି ସୁଧାରିବା ପାଇଁ ନିୟମିତ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଥିବା ୧୦-ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଶନିବାର ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋ ଗୁରୁଦ୍ବାରରେ ଖଲିସ୍ତାନୀମାନେ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀଙ୍କୁ ଦୁର୍ବ୍ୟବହାର କରିବା ପରେ ଚିନ୍ତିତ ସନକ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଅପରପକ୍ଷରେ ଶୁକ୍ରବାର ଭାରତର ଚେତାବନୀ ଆଧାରରେ କାନାଡ଼ା ଭାରତରୁ ଏହାର କୂଟନୀତିଜ୍ଞଙ୍କ ପ୍ରତ୍ୟାହାର ଆରମ୍ଭ କରିଛି।
