ସରକାରୀ ବାସଭବନ ଛାଡ଼ିବେ ଆପ୍‌ ସାଂସଦ ରାଘବ ଚଢ଼ା…

add-all

ragh

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ବିବାହ କରି ଘର ବସାଇବାକୁ ଯାଉଥିବାବେଳେ ସ୍ଥାନୀୟ ପଟିଆଲା ହାଉସ୍‌ ଅଦାଲତ ତାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ସାଂସଦଙ୍କର ସରକାରୀ ବାସଭବନ ରଖିବା ପାଇଁ ସମ୍ପୂର୍ଣ୍ଣ ଅଧିକାର ନାହିଁ ବୋଲି ଅଦାଲତ କହିଛନ୍ତି। ଏହି ଘଟଣାରେ ଚଢ଼ା ବିଜେପିକୁ ଦୋଷ ଦେଇଛନ୍ତି। ଏଭଳି ରାୟ ଆଶ୍ଚର୍ଯ୍ୟଜନକ ବୋଲି ସେ ଦର୍ଶାଇବା ସହ ସରକାରକୁ ସମାଲୋଚନା କଲେ ଏପରି କାର୍ଯ୍ୟାନୁଷ୍ଠାନ ହୁଏ ବୋଲି କହିଛନ୍ତି।

ନିୟମାନୁସାରେ ତାଙ୍କୁ ସରକାର ବାସଭବନ ଯୋଗାଇ ଦେଇଥିବାବେଳେ ଏହା ବାତିଲ ହେବା ସଂକ୍ରାନ୍ତ କୌଣସି ସୂଚନା ଦିଆଯାଇନାହିଁ। ସେ ଏଠାରେ ସ୍ବଳ୍ପ କାଳ ରହିଛନ୍ତି ଏବଂ କାର୍ଯ୍ୟକାଳ ଦୃଷ୍ଟିରୁ ଆହୁରି ପ୍ରାୟ ୪ ବର୍ଷ ରହିବାର ଅଛି। ରାଜ୍ୟସଭାର ୭୦ ବର୍ଷ ଇତିହାସରେ ଜଣେ ସାଂସଦଙ୍କୁ ଘରୁ ବାହାର କରିଦେବା ଘଟଣା ନୂଆ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.