ଅପହରଣର ଦୁଇ ଦିନ ପରେ ଉଦ୍ଧାର ହେଲା ଦୀପୁ ପାତ୍ରଙ୍କ ମର ଶରୀର…

add-all

dod

ବ୍ରହ୍ମପୁର: ଦୁଇ ଦିନ ଧରି ଅପହରଣର ଶିକାର ହେବା ପରେ ଦୀପୁ ପାତ୍ରଙ୍କ ମର ଶରୀର ଉଦ୍ଧାର ହୋଇଛି । କବିସୂର୍ଯ୍ୟନଗର ଥାନା ଅଧିନ କେ. ଖରିଡା ଗ୍ରାମର ଦୀପୁ ପାତ୍ରଙ୍କ ମର ଶରୀର କୋଦଳା ଥାନା ସାତନାଳ ପୋଖରୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ କୋଦଳା ପୁଲିସ ପହଂଚି ତଦନ୍ତ ଜାରି ରଖିଛି।

ସୁରଟରେ କାମ କରୁଥିଲେ ଦୀପୁ ପାତ୍ର କିଛି ଦିନ ତଳେ ଘରକୁ ଫେରିଥିଲେ। ଗତ ଶୁକ୍ରବାର ଦିନ ସେ ତାଙ୍କ ବନ୍ଧୁଙ୍କ ସହ ଏକ ପୁରୁଣା ମାମଲାରେ ଛତ୍ରପୁର କୋର୍ଟକୁ ଯାଇଥିଲେ। ସେମାନେ ବାଇକରେ ଘରକୁ ଫେରୁଥିବା ବେଳେ ତିନିରୁ ଚାରିଜଣ ଯୁବକଙ୍କ ଏକ ଗ୍ୟାଙ୍ଗ ସେମାନଙ୍କୁ ରାସ୍ତାରେ ଅଟକାଇ ଦିପୁଙ୍କୁ ଜୋରଜବରଦସ୍ତ ସାଙ୍ଗରେ ନେଇଯାଇଥିଲେ ବୋଲି ଅଭିଯୋଗ ରହିଛି। ଏପରିକି ଅପହରଣ ସମ୍ପର୍କରେ ପରିବାର ଲୋକଙ୍କୁ ଭିଡିଓ କଲ କରି ସୂଚନା ଦେଇଥିଲେ ଦୁର୍ବୃତ୍ତ। ଅପହରଣକାରୀମାନେ ତାଙ୍କୁ ନିର୍ଯାତନା ଦେଇଥିବା କଥା ମଧ୍ୟ ଦୀପୁ ସୁରଟରେ ରହୁଥିବା ତାଙ୍କ ବନ୍ଧୁଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ତୁରନ୍ତ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ପୁଅକୁ ଖୋଜିବା ପାଇଁ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଥିଲା। ଆଉ ଆଜି ଦୀପୁଙ୍କ ମର ଶରୀର ଉଦ୍ଧାର ହୋଇଛି । ତେବୁ କେଉଁ କାରଣ ପାଇଁ ହତ୍ୟାର ଶିକାର ବେଲେ ଦୀପୁ ପାତ୍ର ତାହା ଏବେ ତଦନ୍ତ ସାପେକ୍ଷ । ଦୀପୁଙ୍କ ପରିବାର ବହୁତ ଗରିବ ପରିବାରର।

ad-week
Leave A Reply

Your email address will not be published.