ମମିତା ମେହେରଙ୍କୁ ନ୍ୟାୟ ଦାବୀ ନେଇ କଳାପଟି ବାନ୍ଧି ଶାନ୍ତିପୂର୍ଣ୍ଣ ନିରବ ପ୍ରତିବାଦ ସଭା…

add-all

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଆଜି ୨ ବର୍ଷ ପୂର୍ତ୍ତି ହେଉଛି । ଆଜି ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର,ପୁଲିସ ପ୍ରସାଶନ ବିଫଳ ହୋଇଛି । ତେଣୁ ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଆଜି ତା.୮-୧୦-୨୦୨୩ ରିଖ (ରବିବାର) ସନ୍ଧ୍ୟା ୬ : ୦୦ ଘଣ୍ଟିକା ସମୟରେ ବ୍ରହ୍ମପୁର ବିଜିପୁର ଛକ ସ୍ଥିତ ସନ୍ତୋଷୀ ମାଁ ମନ୍ଦିର ସମ୍ମୁଖରେ “ମମିତା ମେହେରଙ୍କୁ ନ୍ୟାୟ ଦିଆଯାଉ” ଦାବୀ ନେଇ ମହିଳା ମାନେ କଳା ପଟି ବାନ୍ଧି ଶାନ୍ତି ପୂର୍ଣ୍ଣ ନିରବ ପ୍ରତିବାଦ ସଭା କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୀପ ଜାଳିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଆପଣ ମାନେ ଉପସ୍ଥିତ ରହି ସହଯୋଗ କରିବାକୁ ଭାରତୀୟ ଜନତା ମହିଳା ମୋର୍ଚ୍ଚା ପକ୍ଷରୁ ଅନୁରୋଧ ।

ad-week
Leave A Reply

Your email address will not be published.