ଗତ ସପ୍ତାହରେ ବସିଥିଲା ବୈଠକ: ରିପୋର୍ଟ

add-all

rc

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍‌ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍‌କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।
ହମାସ୍‌ ଓ ଇରାନ୍‌ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍‌ବୋଲ୍ଲାର ବରିଷ୍ଠ ସଦସ୍ୟମାନ‌େ ଏକଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ କହିଛନ୍ତି। ଗତ ସପ୍ତାହରେ ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଆୟୋଜିତ ଏକ ବୈଠକରେ ମଧ୍ୟ ଇରାନ୍‌ ଏହି ଆକ୍ରମଣକୁ ଅନୁମୋଦନ କରିଥିଲା ବୋଲି ସେମାନ‌େ ସୂଚନା ଦେଇଛନ୍ତି।
ଇସ୍ରାଏଲ୍‌ ଉପରେ ଜଳ, ସ୍ଥଳ, ଓ ଆକାଶରୁ ଏକ ସଙ୍ଗେ ଆକ୍ରମଣ କରିବା ଲାଗି ଅଗଷ୍ଟ ମାସରୁ ଇରାନ୍‌ର ସବୁଠୁ ଶକ୍ତିଶାଳୀ ସେନା ‘ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରି ଗାର୍ଡ କର୍ପ’ର (ଆଇଆର୍‌ଜିସି) ଅଧିକାରୀମାନେ ହମାସ୍‌ ସହିତ କାର୍ଯ୍ୟ କରୁଥିଲେ ବୋଲି ମଧ୍ୟ ସେମାନେ କହିଛନ୍ତି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ବେରୁଟ୍‌ ଆୟୋଜିତ କେତେ ଗୁଡ଼ିଏ ବୈଠକରେ ଇସ୍ରାଏଲ୍‌ ଆକ୍ରମଣ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ‘ଆଇଆର୍‌ଜିସି’ ଅଧିକାରୀ ଓ ଇରାନ୍‌ ସମର୍ଥିତ ୪ଟି ଆତଙ୍କବାଦୀ ସଙ୍ଗଠନର ପ୍ରତିନିଧିମାନ‌େ ଯୋଗ ଦେଇଥିଲେ। ଅନ୍ୟୂନ ୨ଟି ବୈଠକରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ ହୋସେନ୍‌ ଅମିର୍‌-ଅବ୍‌ଦୋଲାହିୟାଁ ଯୋଗ ଦେଇଥିଲେ ବୋଲି ହମାସ୍‌ ଓ ହେଜ୍‌ବୋଲ୍ଲା ସଦସ୍ୟମାନେ କହିଛନ୍ତି।

ad-week
Leave A Reply

Your email address will not be published.