ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ଖବରକୁ ଏମ୍ସ ଖଣ୍ଡନ କରି ଦେଲା ଏଭଳି ପ୍ରତିକ୍ରିୟା…

 

Dalilama

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଏମ୍ସ ଖଣ୍ଡନ କରିଛି।
ଏମ୍ସ ପକ୍ଷରୁ କୁହାଯାଇଛି କି, ଦଲାଇଲାମା ଅସୁସ୍ଥ ହେବା ଖବରର କୌଣସି ସତ୍ୟତା ନାହିଁ । ଗତଶନିବାର ଓ ରବିବାର ଦଲାଇଲାମା ଅସୁସ୍ଥ ହେତୁ ଏମ୍ସ ଆସିଥିବା କୁହାଯାଉଛି। ଏହି ଖବର ଗୁଜବ ଅଟେ। ଧର୍ମଗୁରୁ ଏମ୍ସ ଆସି ନାହାନ୍ତି କି ସେ ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି। ତେଣୁ ଲୋକଙ୍କୁ ଅନୁରୋଧ ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ। ଯଦ୍ବାରା ଧର୍ମଗୁରୁଙ୍କ ସମେତ ତାଙ୍କ ଅନୁଗାମୀଙ୍କୁ ଆଘାତ ପହଞ୍ଚୁଛି।
ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଦଲାଇଲାମା ଅସୁସ୍ଥ। ବରିଷ୍ଠ କାର୍ଡିଓଲୋଜି ପ୍ରଫେସର ଡା.ରାଜୀବ ନାରାଙ୍ଗଙ୍କ ଅଧୀନରେ ତାଙ୍କୁ ଏମ୍ସର କାର୍ଡିଓ-ନ୍ୟୁରୋ ବିଭାଗର ଏକ ୱାର୍ଡରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି କି ଦଲାଇଲାମା ଚଳିତ ମାସରେ ସିକ୍କିମଗସ୍ତ କରିବାର ଯୋଜନା ଥିଲା। କିନ୍ତୁ ସେଠାରେ ବନ୍ୟା ପରିସ୍ଥିତି ଯୋଗୁଁ ଏହି ଗସ୍ତକୁ ବାତିଲ କରାଯାଇଥିବା ଧର୍ମଗୁରୁଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ୧୯୫୯ ମସିହାରେ ଚୀନ ତିବ୍ବତକୁ ଦଖଲ କରିବା ସମୟରେ ଧାର୍ମିକ ଓ ସାଂସ୍କୃତିକ ଉତ୍ପୀଡନର ଶିକାର ହୋଇଥିଲେ। ଏହାପରେ ଦଲାଇଲାମା ନିଜର ପ୍ରାୟ ହଜାରରୁ ଅଧିକ ଅନୁଗାମୀଙ୍କ ସହ ଭାରତ ଚାଲି ଆସିଥିଲେ। ସେବେଠାରୁ ସେ ତାଙ୍କ ଅନୁଗାମୀମାନଙ୍କ ସହ ହିମାଚଳ ପ୍ରଦେଶରେ ରହୁଛନ୍ତି।

 

ad-week
Leave A Reply

Your email address will not be published.