
ଏହି ୪ ଜଣ ଛାତ୍ର ହେଉଛନ୍ତି ଆତିଫ, ଖାଲିଦ, କାମରାନ ଓ ନଭେଦ ଚୌଧୁରୀ | ସେ କହିଛନ୍ତି ଯେ ଛାତ୍ରମାନଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩ଏ (ଧର୍ମ, ଜାତି, ଜନ୍ମ ସ୍ଥାନ, ଭାଷା ଇତ୍ୟାଦି କାରଣରୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ), ୧୮୮ (ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଆଦେଶକୁ ଅବମାନନା) ଏବଂ ୫୦୫ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି | ଏହି ଛାତ୍ରମାନେ ରବିବାର ରାତିରେ ଏଏମୟୁ କ୍ୟାମ୍ପସରେ ଡକ୍ ପଏଣ୍ଟରୁ ସାର୍ ସୟଦ ଗେଟ୍ ପର୍ଯ୍ୟନ୍ତ ଏକ ବିରୋଧ ପ୍ରଦର୍ଶନ କରିଥିଲେ। ପୁଲିସ କହିଛି ଯେ ବିକ୍ଷୋଭକାରୀମାନେ ସେମାନଙ୍କ ରାଲି ପାଇଁ କୌଣସି ଅନୁମତି ନେଇନଥିଲେ | ଏଫ୍ଆଇଆରରେ କୁହାଯାଇଛି ଯେ ଛାତ୍ରମାନେ ଏକ ‘ଉଗ୍ରବାଦୀ ଗୋଷ୍ଠୀ’କୁ ସମର୍ଥନ କରି ବିରୋଧ କରିଥିଲେ। ଉଲ୍ଲେଖ ଥାଉ କି ଯେ ଭାରତ ସରକାର ଇସ୍ରାଏଲ ଏବଂ ହାମାସ୍ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ ସହିତ ଛିଡ଼ା ହେବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ କଂଗ୍ରେସ କିନ୍ତୁ ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କରିଛି। ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶେଷ ମୁହୂର୍ତ୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅନେକ ଥର ପାଲେଷ୍ଟାଇନ୍କୁ ଖୋଲାଖୋଲି ସମର୍ଥନ କରିଛି।