ହମାସ୍‌ ଆକ୍ରମଣ କରିବା ନେଇ ଇସ୍ରାଏଲକୁ ଚେତାଇଥିଲା ଇଜିପ୍ଟ

add-all

1-74

ଜେରୁଜେଲମ,୧୦।୧୦: ଇସ୍ରାଏଲ-ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିନାର ସମ୍ଭାବନା ଦେଖାଯାଉ ନାହିଁ। ଏହାପରେ ବି ଯୁଦ୍ଧ ଚାଲିଥିବା ଭିତରେ ଇସ୍ରାଏଲ ଗାଜା ବର୍ଡରକୁ ନିଜ ନିୟନ୍ତ୍ରଣକୁ ଆଣିଛି। ଆଉ ସୀମାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିଥିବା ଘୋଷଣା କରିଛି।

ତେବେ ବର୍ତ୍ତମାନ ଅନେକ ରିପୋର୍ଟରେ ଦାବି କରାଯାଉଛି କି, ହମାସ୍‌ ଆକ୍ରମଣ ସମ୍ପର୍କରେ ଇଜିପ୍ଟ ଇସ୍ରାଏଲକୁ ସତର୍କ କରାଇଥିଲା। କିନ୍ତୁ ଇସ୍ରାଏଲ ଏହି ଦାବିକୁ ଅସ୍ବୀକାର କରିଛି।

ଅନ୍ୟପକ୍ଷରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଶନିବାର ଇସ୍ରାଏଲ ଉପରେ କରିଥିବା ହମଲାକୁ ୟୁନାଇଟେଡ ଆରବ ଏମିରେଟ୍ସ ବା ୟୁଏଇ ନିନ୍ଦା କରିଛି। ହମାସ ଆକ୍ରମଣକୁ ୟୁଏଇ ଗମ୍ଭୀର ଓ ଭୟଙ୍କର ବିବାଦର କାରଣ ଭାବେ ଦର୍ଶାଇଛି।

ୟୁଏଇର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ନାଗରିକମାନଙ୍କୁ ସେମାନଙ୍କ ଘର ଭିତରୁ ଅପହରଣ କରିନେବାର ରିପୋର୍ଟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଉଭୟ ପକ୍ଷର ସାଧାରଣ ଲୋକ ସବୁବେଳେ ଅନ୍ତର୍ଜାତୀୟ ମାନବାଧିକାର ଆଇନ ଦ୍ୱାରା ସୁରକ୍ଷିତ ରହିବା ଦାକାର। ସେମାନଙ୍କୁ ବିବାଦ ମଧ୍ୟରେ ଆଦୌ ଟାର୍ଗେଟ କରିବାକୁ କଥା ନୁହେଁ ବୋଲି ମନ୍ତ୍ରଣାଳୟ କହିଛି।

ad-week
Leave A Reply

Your email address will not be published.