ଚିକିଟୀରେ ବିଜେଡିର ବିରାଟ ଜନସମ୍ପର୍କ ପଦଯାତ୍ରା…

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିକିଟୀ ପେଣ୍ଠ ଠାରେ ଏକ ବିରାଟ ପଦଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ପଦଯାତ୍ରା ସନ୍ଧ୍ୟା ୬ଘଣ୍ଟା ସମୟରେ କରବାଲୁଆ ଠାକୁରାଣୀ ମା ମନ୍ଦିର ଠାରୁ ବାହାରି ମୁଖ୍ୟରାସ୍ତା ହୋଇ ବକ୍ସିବଜାର ରେ ପହଞ୍ଚି ସେଠାରେ ଏକ ଆୟୋଜିତ ସଭାରେ ଚିକିଟୀ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ ଉନ୍ନୟନ ମୂଳକ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ।ଏହି ପଦଯାତ୍ରାରେ ଶହ ଶହ ମହିଳା କର୍ମୀଙ୍କ ସହ ହଜାର ହଜାର ବିଜେଡି କର୍ମକର୍ତ୍ତା ସାମିଲ ହୋଇଥିଲେ।ଏହି ପଦଯାତ୍ରାରେ ଯୁବ ସଂଗଠକ ଶ୍ରୀରୁପ ଦେବ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାଥ ମଣ୍ଡଳ, ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ବ୍ଲକ ବିଜେଡି ସଭାପତି ହାରମ୍ଭ ରେଡ୍ଡୀ, ଯୁବ ବିଜେଡି ସଭାପତି କିଶୋର ଚନ୍ଦ୍ର ପଣ୍ଡା, ସାଂସଦ ପ୍ରତିନିଧି ବି. କ୍ରିଷ୍ଣାମୂର୍ତ୍ତି, ଉଦୟନାଥ ପ୍ରଧାନ, ରାମନାଥ ପାଣିଗ୍ରାହୀ ଙ୍କ ସହ ଅଞ୍ଚଳ ପରିଷଦର ସମସ୍ତ କାଉନ୍ସିଲର ଏବଂ ସମାଜସେବୀ ରଘୁନନ୍ଦନ ସାହୁ, ପ୍ରଶାନ୍ତ କୁମାର ସାହୁ, ସଦାନନ୍ଦ ସାହୁ, ଧର୍ମା ସାହୁ, ସଚ୍ଚିଦାନନ୍ଦ ପାତ୍ର, କୃଷ୍ଣଚନ୍ଦ୍ର ସାହୁ,ଏସ. କିଷାନ ସୁବୁଦ୍ଧି,ଟି. ଆନନ୍ଦ ରାଓ ସୁବୁଦ୍ଧି, ଶ୍ରୀଧର କୁମାର ସାହୁ, ମନୋଜ କୁମାର ସାହୁ ଓ ସମୀର କୁମାର ପାଢୀ ପ୍ରମୁଖଙ୍କ ସହ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ମାନେ ବହୁ ସଂଖ୍ୟକରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.