
ଦାରିଙ୍ଗବାଡ଼ି, ୧୧/୧୦, ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡ଼ି ବ୍ଲକର ୧୧ ନମ୍ବର ଜୋନ ଅନ୍ତର୍ଗତ ବ୍ରାହ୍ମଣିଗାଁ ଅଞ୍ଚଳର ଆଠ ଗୋଟି ପଞ୍ଚାୟତର ଏବଂ ଏହାର ଆଖପାଖ ଅଞ୍ଚଳର ବିଜେଡି କର୍ମୀଙ୍କୁ ନେଇଁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିକାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ ସ୍ଥିତ ଫରେଷ୍ଟ ରେଞ୍ଜ ଅଫିସ ଠାରୁ ଆରମ୍ଭ ହୋଇ ସରକାରୀ ହାଇସ୍କୁଲ ନିକଟରେ ଆୟୋଜିତ ସଭା ସ୍ଥଳି ପର୍ଯ୍ୟନ୍ତ ଲମ୍ବିଥିଲା।ଏଥିରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିହନ ନିଗମ ଅଧ୍ୟକ୍ଷ ବିଜୟ କୁମାର ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ରୋଦନ ମଳିକ ଯୋଗ ଦେଇ ପଦ ଯାତ୍ରା ର ଉଦ୍ଧେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ ,ଛାତ୍ର ସଭାପତି ରୂପକ କୁମାର ସାହୁ, ଜିଲ୍ଲା ଯୁବ ସମ୍ପାଦକ ବାବୁନି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଟୁକୁନା ମହାନ୍ତି, ଚିନା ଦୋରା, ବିରଞ୍ଚି ବିଶୋଇ, ରାଜୀବ ନାୟକ, ଆୟୁବ ପ୍ରଧାନ, ରାଜୁ ବେହେର ଦଳେଇଙ୍କ ସମେତ ଆଠ ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା,ଅଂଚଳର ଦଳୀୟ କର୍ମୀଙ୍କୁ ନେଇଁ ଶତାଧିକ ମହିଳା ପୁରୁଷ ଅନ୍ୟମାନେ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ। ଏହା ପରେ ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ରମେଶ ମାଝୀଙ୍କ ସମେତ ଚିତ୍ରସେନ ପାତ୍ର, କିଶୋର ନାୟକ(କାନ୍ଦୁରୁ),ସାନନ୍ଦ କୁମାର ନାୟକ(ସାନୁ) ଙ୍କ ସହ ୯୦ ଜଣେ କଂଗ୍ରେସ ଏବଂ ବିଜେପି ଦଳ ଛାଡ଼ି ସ୍ୱତଃପ୍ରତଃ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ଜି. ଉଦୟଗିରି ବିଧାୟକ,ବିହନ ନିଗମ ଅଧ୍ୟକ୍ଷ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦଳୀୟ1 ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ।