
ନିମାପଡା : ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ର ଉଦଯାପନ ଉଚ୍ଛବ ଅବସରରେ ଦୁଇ ହଜାର ରୁ ଉର୍ଦ୍ଧ ଏକ ବିଶାଳ ମଟର ସାଇକେଲ ରାଲି ନିମାପଡ଼ା ଠାରୁ ବାହାରି ଗୋପ ଷୋଳପୁର ପର୍ଯ୍ୟନ୍ତ ଯାଇଥିଲା ଏବଂ ଷୋଳପୁର ଠାରୁ ଏକ ହଜାର ରୁ ଉର୍ଦ୍ଧ ମହିଳାଙ୍କ ସହିତ ପଦଯାତ୍ରା ରେ ଯାଇ ନାଗପୁର ଠାରେ ଉଦଯାପନି ସଭା ଅନୁଷ୍ଟିତ ହୋଇଥିଲା ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମହୋଦୟ,ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ମହୋଦୟା,ନିମାପଡ଼ା ବ୍ଲକ ସଭାପତି ଶ୍ରୀଯୁକ୍ତ ଅଶୋକ ସାହୁ,ଗୋପ ବ୍ଲକ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ପାଇକରାୟ,ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇ,ଗୋପ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ,ନିମାପଡ଼ା ନଗର ସଭାପତି ଶ୍ରୀଯୁକ୍ତ ଜୀବନାନନ୍ଦ ମହାପାତ୍ର,ଜିଲ୍ଲାପରିଷଦ ଶ୍ରୀଯୁକ୍ତ ପ୍ରଦୀପ୍ତ ଖଟୋଇ,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସୁକାନ୍ତ ମହାନ୍ତି,ପୂର୍ବତନ ନଗରପାଳ ନିମାପଡ଼ା ଶ୍ରୀଯୁକ୍ତ ସନାତନ ପ୍ରଧାନ,ଅକ୍ଷୟ ନିଶଙ୍କ ଓ ନିରଞ୍ଜନ ଶଗଡ଼ିଆ ପ୍ରମୂଖ ଉପସ୍ଥିତ ଥିଲେ
ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଆକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିଲା ଜନ ସମ୍ପର୍କ ପଦଯାତ୍ରା।ଆଜି ପୁରୀ ଜିଲ୍ଲା ନିମାପଡା ଗୋପ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଂଜନ ଦାସଙ୍କ ଆଧକ୍ଷତାରେ ଶେଷ ହୋଇଛି ପଦଯାତ୍ରା।ଏହି ପଦଯାତ୍ରା ନିମାପଡା ଗୋଲେଇ ଛକ ଠାରୁ ଆରମ୍ବ କରି ନାଗପୁର ଠାରେ ଶେଷ କରା଼ ଯାଇଥିଲା।ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ପଦଯାତ୍ରା ନିମାପଡା ଓ ଗୋପ ବ୍ଲକର ୪୬ ପଂଚାୟତ ଅତିକ୍ରମ କରିବା ସହ ନବୀନ ସରକାରଙ୍କ ବିକାଶ ମୂଳକ ବାର୍ତ୍ତା କୁ ସାଧାରଣ ଲୋକଙ୍କ ଘରେ ଘରେ ପହଞ୍ଚାଇ ଥିଲା ବିଜେଡି ଦଳ ।ଏଥି ସହିତ ସରକାରଙ୍କ ଜନ କଲ୍ୟାଣ ଯୋଜନା ଓ କେନ୍ଦ୍ର ସରକାରଙ୍କ ରାଜ୍ୟପ୍ରତି ଅବହେଳା କୁ ନେଇ ପ୍ରତିଟି ୱାର୍ଡକୁ ଯାଇ ସଚେତନ କରେଇବା ସହିତ କାର୍ଯ୍ୟକ୍ରମ ଭିତରେ ଯୁବ ସମାବେଶ ଓ ଯୋନ ସ୍ତରୀୟ ତାଲିମ ଶିବିର ଆୟୋଜନ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା