କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୯୨୩ ଅନୁଷ୍ଠିତ…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ର ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଗୁମାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୯୨୩ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ପ୍ରତିନିଧି ତଥା ରାଜ୍ଯ ସାମାଜସେବି ନୀଳାମ୍ବର କହଁର ଯୋଗ ଦେଇ ଆଜିର ଶିଶୁ ଭବିଷ୍ୟତର ନାଗରିକ l କିଏ କହିପାରିବ ଏହି ଶିଶୁ ମାନଙ୍କ ମଧ୍ୟରେ କିଏ ଭବିଷ୍ୟତରେ ଦାର୍ଶନିକ, ବୈଜ୍ଞାନିକ ନେତା ରାଜନେତା ଏବଂ ବିଶିଷ୍ଟ ସମାଜସେବୀ ଭାବରେ ଦେଖା ନଦେବ ତେଣୁ ପିଲାମାନେ ତୁମ ଭିତରେ ଥିବା ଲୁକ୍କାୟିତ ପ୍ରତିଭା ଲୋକ ଲୋଚନକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ସି ଆର ସି ସି ଅନଙ୍ଗ ଦେହୁରୀ, ପ୍ରଧାନ ଶିକ୍ଷକ ଯକ୍ଷ ଚନ୍ଦ୍ର କହଁର, ଶିକ୍ଷକ କାହ୍ନୁ ଚରଣ ସାହାଣୀ ପ୍ରମୁଖ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.