ଆରିଜ ଖାନଙ୍କ ମୃତ୍ୟୁଦଣ୍ଡ ଆଜୀବନକୁ ବଦଳିଲା…

add-all

Terrorist_1697109536

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୮ ମସିହା ବାଟଲା ହାଉସ ଏନକାଉଣ୍ଟର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରିଜ ଖାନକୁ ବଡ଼ ଆଶ୍ୱସ୍ତି ମିଳିଛି। ତାକୁ ତଳ କୋର୍ଟ ଏନକାଉଣ୍ଟର ଘଟଣାରେ ମୃତ୍ୟୁ ଦଣ୍ତରେ ଦଣ୍ଡିତ କରିଥିଲେ। କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ମୃତ୍ୟୁଦଣ୍ଡକୁ ବଦଳାଇ ଆଜୀବନ କରି ଦେଇଛନ୍ତି। ଏହାର ଅର୍ଥ ମୃତ୍ୟୁ ପର୍ଯ୍ୟନ୍ତ ଆରିଜ ଜେଲରେ ରହିବ।
ବାଟଲା ହାଉସରେ ଘଟିଥିବା ଗୁଳିକାଣ୍ଡରେ ଦିଲ୍ଲୀ ପୁଲିସ୍‌ ଇନସପେକ୍ଟର ମୋହନ ଚାନ୍ଦ ଶର୍ମା ପ୍ରାଣ ହରାଇଥିଲେ। ଏହାକୁ ନେଇ ପୂରା ଦେଶରେ ସେତେବେଳେ ହଇଚଇ ଦେଖିବାକୁ ମିଳିଥିଲା।
ଟ୍ରାଏଲ କୋର୍ଟ ଏହାର ଶୁଶାଣି କରି ଆରିଜ ଖାନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ଅମିତି ଶର୍ମାଙ୍କ ଖଣ୍ଡପୀଠ ଟ୍ରାଏଲ କୋର୍ଟଙ୍କ ରାୟକୁ ବଦଳାଇ ଦେଇଛନ୍ତି।
ଆରିଜ ଖାନ ଇନସପେକ୍ଟର ଶର୍ମାଙ୍କୁ ହତ୍ୟା କରିଥିବା ପ୍ରମାଣ କୋର୍ଟଙ୍କ ପାଖରେ ରହିଥିଲା। ହେଲେ ତଳ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡକୁ ହାଇକୋର୍ଟ ବଦଳାଇଛନ୍ତି। ଅଗଷ୍ଟମାସରେ ସମାନ ଖଣ୍ଡପୀଠ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଖଣ୍ଡପୀଠ ରାୟ ଶୁଣାଇଛନ୍ତି।
ଇନସପେକ୍ଟର ମୋହନ ଚାନ୍ଦ ଶର୍ମା ଦିଲ୍ଲୀ ପୁଲିସ୍‌ର ସ୍ପେଶାଲରେ କାମ କରୁଥିଲେ। ତେବେ ୨୦୦୮ ମସିହା ସେପ୍ଟେମ୍ବର ୧୯ରେ ଦକ୍ଷିଣ ଦିଲ୍ଲୀର ଜାମିଆ ନଗରରେ ପୁଲିସ୍‌ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଶର୍ମାଙ୍କ ମୃତ୍ୟୁ ଘଟିଥିଲା। ପୁଲିସର ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଥିଲେ।
ବାଟଲା ହାଉସ ଏନକାଉଣ୍ଟର ପୂର୍ବରୁ ଦିଲ୍ଲୀର ଏକାଧିକ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୯ ଜଣ ଆହତ ହୋଇଥିଲେ।
ବୋମା ବିସ୍ଫୋରଣ ଘଟଣାରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଶର୍ମା ରେଡ୍‌ ଆରମ୍ଭ କରିଥିଲେ। ଏତିକି ବେଳେ ଜାମିଆ ନଗରରେ ଗୁଳି ବିନିମୟ ହୋଇଥିଲା।
୨୦୧୮ରେ ଆରିଜ ଖାନକୁ ପୁଲିସ୍‌ ଶେଷରେ ଧରିବାକୁ ସକ୍ଷମ ହୋଇଥିଲା। ୨୦୨୧ ମାର୍ଚ୍ଚ ୮ରେ ମାମଲାର ଶୁଣାଣି କରି ଟ୍ରାଏଲ କୋର୍ଟ ଆରିଜକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହ ତା’ ଉପରେ ୧୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇିଲେ।

ad-week
Leave A Reply

Your email address will not be published.