ଖୁବଶୀଘ୍ର ପରସ୍ପରକୁ ଭେଟିବେ ମୋଦି ଓ ପୁଟିନ…

add-all

45d85t0o_putin-modi-india-afp_625x300_06_December_21

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ବୈଠକ ବସିବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଉଚ୍ଚସ୍ତରରେ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି।
ରୁଷର ରାଜଧାନୀ ମସ୍କୋରେ ଅବସ୍ଥାପତି ଭାରତୀୟ ଦୂତାବାସର ପ୍ରବଣୀ କପୁର କହିଛନ୍ତି, “ଦୁଇ ନେତାଙ୍କ ବୈଠକ ଆୟୋଜନ କରିବା ପାଇଁ ଉଚ୍ଚସ୍ତରରେ ଆଲୋଚନା ଚାଲିଛି।” ତେବେ ଭାରତର ଏହି କୂଟନୀତିଜ୍ଞ ଜଣଙ୍କ ମୋଦି ଓ ପୁଟିନଙ୍କ ବୈଠକକୁ ନେଇ ଆଉ କୌଣସି ତଥ୍ୟ ଦେଇ ନାହାନ୍ତି।
ନିକଟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅଭିବୃଦ୍ଧି କରିଥିବା କଥା କହିଥିଲେ। ଏଥିସହ ଭାରତକୁ ପ୍ରଶଂସା କରିଥିଲେ। ଏବେ ମୋଦି ଓ ପୁଟିନ ଚଳିତ ବର୍ଷ ପରସ୍ପରକୁ ଭେଟିବାକୁ ଯାଉଥିବା ଖବର ମିଳିଛି।

ଶେଷଥର ପାଇଁ ୨୦୨୨ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ ସମ୍ମିଳନୀରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ। ଏହି ସମୟରେ ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ପାଇଁ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ କହିଥିଲେ। ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ ବୋଲି ମୋଦି କହିଥିଲେ। ତଥାପି ୟୁକ୍ରେନ ଉପରେ ରୁଷର ହମଲା ଜାରି ରହିଛି।

ad-week
Leave A Reply

Your email address will not be published.