ବିଜେପିରୁ ଟିକେଟ ପାଇଲେନି ବୋଲି ଭୋ ଭୋ ହୋଇ କାନ୍ଦିଲେ…

add-all

IMAGE_1697104893

ଜୟପୁର : ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିସାରିଲାଣି। ହେଲେ ତାଲିକା ଜାରି ହେବା ପରେ ଦଳରୁ ଟିକେଟ ମିଳିବ ବୋଲି ଆଶା କରିଥିବା ନେତାଙ୍କୁ ଲାଗିଛି ଝଟ୍‌କା। ଟିକେଟ୍‌ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି ନେତା।
ବିଜେପି ନେତା ମୁକେଶ ଗୋଏଲ୍‌। ରାଜସ୍ଥାନର କୋଟପୁତଲି ଆସନରୁ ବିଜେପି ତାଙ୍କୁ ଟିକେଟ ଦେବ ବୋଲି ସେ ଆଶା କରିଥିଲେ। ନିକଟରେ ବିଜେପି ତା’ର ପ୍ରାର୍ଥୀ ତାଲିକା ଜାରି କରିଛି। ହେଲେ ଏହି ପ୍ରାର୍ଥୀ ତାଲିକା ଦେଖି ମୁକେଶ ଗୋଏଲଙ୍କୁ ଲାଗିଛି ବଡ଼ ଝଟ୍‌କା। ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ ତାଙ୍କ ନାଁ। ଏହା ଦେଖିବା ପରେ ସେ ଭାଙ୍ଗି ପଡିଛନ୍ତି। ନିଜ କୋହ ଆଉ ସେ ସମ୍ଭାଳି ପାରି ନାହାନ୍ତି। ଶେଷରେ କ୍ୟାମେରା ଆଗରେ ଭୋ ଭୋ ହୋଇ କାନ୍ଦିଛନ୍ତି ଏହି ବିଜେପି ନେତା।
ଦଳୀୟ ବୈଠକ ପରେ ବିଜେପି କୋଟପୁତଲି ଆସନରୁ ମୁକେଶ ଗୋଏଲ୍‌ଙ୍କ ବଦଳରେ ହଂସରାଜ ପଟେଲ ଗୁଜର୍‌ଙ୍କୁ ଟିକେଟ୍‌ ଦେଇଛି। ଏହା ଜାଣିବା ପରେ ବିଜେପି ନେତା ଗୋଏଲ୍ ଦୁଃଖିତ ହୋଇପଡିଛନ୍ତି। ୨୦୧୮ ରାଜସ୍ଥାନ ବିଧାନସଭା ନର୍ବାଚନ ଲଢ଼ିଥିଲେ ମୁକେଶ ଗୋଏଲ। ହେଲ ଏଥିରେ ସେ ପରାଜିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଯାଦବ ତାଙ୍କୁ ୧୩ ହଜାର ଭୋଟ୍‌ ବ୍ୟବଧାନରେ ହରାଇଥିଲେ।
ଆସନ୍ତା ନଭେମ୍ବର ୨୫ ତାରିଖରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ପୂର୍ବରୁ ୨୩ ନଭେମ୍ବରରେ ଭୋଟି ପଡ଼ିବ ବୋଲି ହୋଇଥିଲା। କିନ୍ତୁ ଏହି ତାରିଖକୁ ବୁଧବାର ନିର୍ବାଚନ କମିଶନ ବଦଳାଇ ଦେଇଛନ୍ତି।

ad-week
Leave A Reply

Your email address will not be published.