ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ଦିଗାଲକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ
୮/୧୦/୨୦୨୧ ଦିନ ୧୧ଟା ରେ ମାନସିକ ହରାଇଥିବା ନାବାଳିକା ନିଜ ଘର ବାରିପଟେ ଥିଲେ l ନାବାଳିକାର ବାପା ମା ବିଲକୁ ଯାଇଥିଲେ ଫଳରେ ଏକୁଟିଆର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଡ଼ାକିନେଇ ତାଙ୍କ ଘରେ ଦୁଷ୍କର୍ମ କରିଥିଲେ l ନାବାଳିକା ଜଣଙ୍କ ପାଟି କରିବାରୁ ସେଇ ଗ୍ରାମର ଦୁଇ ଯୁବକ ଅଭିଯୁକ୍ତ ବୀଜୟଙ୍କ ଘରୁ ନାବାଳିକା ଙ୍କୁ ଉଦ୍ଧାର କରିଥିଲେ l ଏହା ପରେ ଅଭିଯୁକ୍ତ ଘଟଣା ସ୍ଥଳରୁ ପଳାଇ ଯାଇଥିଲା lନିଜ ଘରକୁ ଫେରିବା ପରେ ଝିଅ ବାପା ମା ଙ୍କୁ ସବୁ କଥା ଜଣାଇଥିଲା l ଏ ସଂକ୍ରାନ୍ତ ରେ ନୁଆଗାଁ ଥାନାରେ ଏକ ଅଭିଯୋଗ କରିଥିଲେ ପରିବାର ଲୋକେ l ଅଭିଯୋଗ ପ୍ରକାରେ ଥାନା କେଶ୍ ନମ୍ବର ୭୫/୨୧ ରେ ଏକ ମାମଲା ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୭ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ad-week
Leave A Reply

Your email address will not be published.