କନ୍ଧମାଳ ଜିଲ୍ଲା ପଞ୍ଚାୟତ ସମିତି ସଭ୍ୟସଭ୍ୟା ସଂଘର ଅଷ୍ଟମ କାର୍ଯ୍ୟକାରିଣୀ ବୈଠକ

add-all

ଫୁଲବାଣୀ : ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା ପଞ୍ଚାୟତ ସମିତି ସଭ୍ଯ ସଭ୍ୟା ସଂଘ ର ଅଷ୍ଟମ କାର୍ଯ୍ୟ କାରିଣୀ ବୈଠକ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ବ୍ଲକ ସଭାପତି ଦେବ ଦାସ ଦିଗାଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର , ଯୋଗ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , ସଂଘ ସଭାପତି ତଥା ସାମ୍ବାଦିକ ବୈଦ୍ୟନାଥ ବେହେରା, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ କାଳି ପ୍ରସାଦ ମଲିକ, ଜାନକୀ ପ୍ରଧାନ, ଜିଲା ଉପସଭାପତି ଜୁନେଶ ଦିଗଲ, ଉପଦେଷ୍ଟା ପିଣ୍ଡିକ କହଁର , ସମ୍ପାଦକ ଅଜିତ କୁମାର ସାହୁ, ସମ୍ପାଦକ ପରମେଶ୍ଵର କହଁର , ଚକାପାଦ ବ୍ଲକ ସଭାପତି କୀରାତ ପ୍ରଧାନ, କ୍. ନୁଆଗାଁ ବ୍ଲକ ସଭାପତି ପଦ୍ମ ଚରଣ ମଲିକ, ଖଜୁରୀପଡ଼ା ବ୍ଲକ ସଭାପତି ଦମୟନ୍ତୀ ଜାନି, ମାଧବ ଦିଗାଲ ପ୍ରମୂଖ ଯୋଗ ଦେଇ ସଂଘ ପକ୍ଷରୁ କରାଯାଇଥିବା ଦାବୀ ଗୁଡିକ୍ ଯଥାର୍ଥ ଆଉ ରାଜ୍ୟସରକାର ସେଗୁଡିକ ଅତିଶୀଘ୍ର ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ l ଦାବୀ ପୂରଣ ନହେବା ଯାଏ ଆନ୍ଦୋଳନ ଜାରୀ ରହିବ ବୋଲି ଜିଲ୍ଲା ସଭାପତି ବୈଦ୍ୟନାଥ ବେହେରା କହିଥିଲେ l
ସେମାନଙ୍କ ଦାବୀ ମଧ୍ୟରେ ରହିଛି ସରପଞ୍ଚଙ୍କ ପରି ସାମ୍ବିଧାନିକ ସୁପାରିଶ କ୍ଷମତା, ପଞ୍ଚାୟତରେ ହେଉଥିବା ସମସ୍ତ୍ ଉନ୍ନୟନ ମୂଳକ କାର୍ଯ୍ୟର ଚିଠିର ନକଲ ପ୍ରଦାନ, ପଞ୍ଚାୟତ ରେ ସମିତି ସଭ୍ୟଙ୍କ ପାଇଁ ସ୍ଵତନ୍ତ୍ର କକ୍ଷ, ସଭ୍ୟ ମାନଙ୍କୁ ମାସିକ ପନ୍ଦର ହଜାର ଟଙ୍କା ପ୍ରଦାନ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ l ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.