ପରମ୍ପରା ଆଳରେ ଦଶହରା ମାମୁଲିରେ ସମସ୍ତେ ବ୍ୟସ୍ତ…..

add-all

ବ୍ରହ୍ମପୁର: ୧୩-୧୦ ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଛୋଟ ରୁ ବଡ଼ ପରିବାର ରେ ଦଶହରା ର ମାହୋଲ ଏବେ ଠାରୁ ଚଳ ଚଞ୍ଚଳ ହୋଇ ଉଠିଛି। ଦଶହରା କୁ ପରମ୍ପରା ର ଆଳ କରି ଛୋଟ ରୁ ବଡ଼ ଅଧିକାରୀ,ସରକାରୀ ବେସରକାରୀ କର୍ମଚାରୀ,ଗୋଦି ମିଡ଼ିଆ ଙ୍କ ପାଇଁ ଦଶହରା ମାମୁଲି ଏକ ଢାଲ ସଦୃଶ୍ୟ ହୋଇଛି। ବିଭିନ୍ନ ଦପ୍ତର ରେ ମାଳ ମାଳ ହୋଇ ଦଶହରା ମାମୁଲୁ ପାଇଁ କଳ ବଳେ କୌଶଳେ କିଛି ଅର୍ଥ ପାଇଁ ଘଣ୍ଟା ଘଣ୍ଟା ସମୟ ପଡ଼ିରହୁଥିବା ଦେଖିବାକୁ ଏବେ ଠାରୁ ମିଳୁଛି। ଯେଉଁ ବାବୁ ମାନେ ନିୟମ କରୁଛନ୍ତି,ପୂଜା ସମୟରେ ଚାନ୍ଦା ଦେବାକୁ ବାରଣ ସେହି ବାବୁ ମାନଙ୍କ କର୍ମଚାରୀ ମାନେ ସବୁଠାରୁ ଅଧିକ ଜୋର ଜୁଲୁମ କରୁଥିବା ଦେଖିବାକୁ ମିଳୁଛି। ଏହି ପରମ୍ପରା ରେ ଏବେ ସବୁ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହେଲେଣି। ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଅଧିକ ପିସି କାରବାର ହେଉଥିବା ଦପ୍ତର ରେ ଦଶହରା ମାମୁଲି ଦିଆ ନିଆ ଆରମ୍ଭ ହୋଇଗଲାଣି। ଏହାକୁ କିଏ ହେଲେ ରୋକି ପାରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.