ସାମାଜିକ ସଂଗଠନ, ଜାଗ୍ରତ କନ୍ଧମାଳ ଓଡିଶା ର କାର୍ଯ୍ୟକାରିଣୀ ବୈଠକ

add-all

ଫୁଲବାଣୀ : ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶାର କାର୍ଯ୍ୟକାରିଣୀ ବୈଠକ ସଭାପତି ଅରୁଣ ନାୟକ ଙ୍କ ସଭାପତିତ୍ବରେ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପସଭାପତି ପ୍ରେମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା ସହ ସମ୍ପାଦକ ସୋମନାଥ ନାୟକ, କୋଷାଧ୍ଯକ୍ଷ ଶ୍ରୀମତୀ ମେନକା ଅର୍ଜଲୀ, କାର୍ଯ୍ୟକାରିଣୀ ସଦସ୍ୟ ଉମାଚାରଣ ମୁଖି, ସୁକାନ୍ତି ବେହେରା, ମିଥୁନ ନାୟକ, ଜାଗ୍ରତ କନ୍ଧମାଳ ପଛୁଆ ବର୍ଗ ଜ଼ିଲ୍ଲା ସଭାପତି ରମେଶ ଚନ୍ଦ୍ର ପଧାନ,ଓ ବି ସି ଜିଲ୍ଲା ସଂଯୋଜକ ବିପ୍ର ବର ସ୍ୱାଇଁ, ଆଇନ ଉପଦେଷ୍ଟା ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ଅନୁସୂଚିତ ଜାତି ସଭାପତି ହୃଷିକେଶ ବେହେରା, ସଂଖ୍ୟାଲଘୁ ସଭାପତି ବନମାଳୀ ଡିଗାଲ, ଅନୁସୂଚିତ ଜନଜାତି ସଭାପତି କାଳିଦାସ ପଧାନ, ମହିଳା ସଭାନେତ୍ରୀ, କୁମୁଦିନୀ ବେହେରା, ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଆଲୋଚନା କରିଥିଲେ l ସଂଗଠନକୁ ସୁଦୃଢ ନିମନ୍ତେ ପ୍ରତେକ ବ୍ଲକ, ପଂଚାୟତରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆଁବର୍ଗ, ସଂଖ୍ୟାଲଘୁ ଙ୍କ ସମ୍ଭିଧାନିକ ଅଧିକାରକୁ ସରକାରଙ୍କ ନିକଟରେ ଦାବିଉପସ୍ଥାପନ କରିବାକୁ, ଏଥିନିମନ୍ତେ ପଛୁଆଁବର୍ଗଙ୍କ ଅଧିକାର ଲୋକଲୋଚନ କରାଯିବାକୁ ନିଶ୍ଚିତ କରାଯାଇଛି l ଆଗାମୀ ଦିନରେ ବୈଠକରେ ପ୍ରତେକ ଗ୍ରାମର ସମସ୍ୟା ଲିପିବଦ୍ଧ କରି ଜଣେଇବାକୁ ନିଶ୍ଚିତ କରାଗଲା l ମା ଦୁର୍ଗା ପୂଜା ଅବସରରେ ପଛୁଆଁବର୍ଗ ଙ୍କ ସଚେତନତା ନିମନ୍ତେ ପୋଷ୍ଟର ଲଗାଯିବାକୁ ନିଶ୍ଚିତ କରାଗଲା l ଶେଷରେ ସହ ସମ୍ପାଦକ ସୋମନାଥ ନାୟକ ଧନ୍ୟବାଦ ଦେଇଥିଲେ l

ad-week
Leave A Reply

Your email address will not be published.